କେନ୍ଦୁଝର,ତା୧୨/୬- ତl୧୨/୦୬/୨୦୨୍୬, ଶୁକ୍ରବାର ଦିନ, ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ପଂଚାୟତର ବଡ଼ପସୀ ଠାରେ ଗାନ୍ଧୀ କଥାମାଧ୍ୟମରେ ନିଶା ମୁକ୍ତ ସମାଜ ଗଠନ ପାଇଁ ଡାକରା ଦିଆ ଯାଇଛି। ଏଥିରେ ଯୋଗଦେଇ ସାମଜିକ କର୍ମୀ ତଥା ଛାମୁଆ ନାରୀ ନେତ୍ରୀ ଶ୍ରୀମତୀ ବର୍ଷାରାଣୀ ମହାନ୍ତ ଓ ଶ୍ରୀମତୀ ହୈମବତୀ ମହାନ୍ତ କହିଲେ କି ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡିଶାରେ ନିଶା ନିବାରଣ ପାଇଁ ସଚେତନତା ଅଭିଯାନ ଶିକ୍ଷାଅନୁଷ୍ଠାନରେ ଓ ସରକାରୀ କାର୍ଯ୍ୟାଳୟ ରେ ଆୟୋଜନ କରୁଛନ୍ତି l ବଡପସୀ, ସାଠିଆପଡା, କେରି, ମଇଦାନକେଲ, ହରିହରପୁର ଗ୍ରାମର ୧୦୦ରୁ ଉର୍ଦ୍ଧ୍ଵ ମହିଳା, ଚାଷୀଭାଇ , ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଓଡିଶା ଗାନ୍ଧୀ ବିଚାର ପରିଷଦ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସହଯୋଗରେ ଆୟୋଜିତ ସଭାରେ, ନିଶା ନିବାରଣ ଗ୍ରାମ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହି ଅବସରରେ ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଅତିଥି ଭାବରେ ଓ ସାମ୍ମାନୀୟ ଅତିଥି ଭାବେ ଡାକ୍ତର ସଂଜୀବ କୁମାର ଓତା, ଶ୍ରୀମତୀ ସିଲନ ପଣ୍ଡା, ଅଧିବକ୍ତା ଜଗଜିତା ଦାସ ପ୍ରମୁଖ ଯୋଗ ଦେଇ ନିଶା ନିବାରଣ ସମାଜ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି l କେଡ଼ି ଟ୍ରଷ୍ଟ ବରିଷ୍ଠ ସମାଜସେବୀ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ, ଆମ ସରକାର ଗୋଟିଏ ପଟେ ନିଶା ନିବାରଣ ଅଭିଯାନ କରୁଛନ୍ତି, ଅନ୍ୟ ପଟେ ନୂତନ ମଦ ଦୋକାନ ଖୋଲିବା ପାଇଁ ଆମ କେନ୍ଦୁଝରରେ ମହିଳା ମାନଂକୁ ଲାଇସେନ୍ସ ଦେଇଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ। ମଦ ଦୋକାନ ବନ୍ଦ ହେଲେ, ସରକାରଙ୍କ ରାଜସ୍ବ କମି ଯାଇପାରେ, ହେଲେ ଯେଉଁ ସାମାଜିକ କ୍ଷତି ହେଉଛି, ତାହା ରାଜସ୍ୱ ଆୟ ଠାରୁ ଢ଼େରଗୁଣ ଅଧିକ। ନୂତନ ମଦଦୋକାନ ନ ଖୋଲିବା ଓ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ଓଡିଶା ସରକାରଙ୍କୁ ସେମାନେ ବିନମ୍ରତା ସହ ନିବେଦନ କରିଛନ୍ତି ବୋଲି କହିଲେ । ସେ କହିଲେ, ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନରେ, “ନିଶା ନିବାରଣ” ଗାନ୍ଧିଜୀଙ୍କର ମୁଖ୍ୟ ବିଷୟ ଥିଲା।ଗାନ୍ଧିଜୀ କହିଛନ୍ତି, ନିଶାନିବାରଣ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ନୁହେଁ, ଏହା ଏକ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ। ନିଶା ବେପାରରୁ ଆସୁଥିବା ଅର୍ଥ ହେଉଛି, ପାପ ଟଙ୍କା ବୋଲି ଗାନ୍ଧୀ କହିଛନ୍ତି। ଶେଷରେ ସେ କହିଥିଲେ ଆସନ୍ତୁ ଆମେ ଏକାଠି ହୋଇ ରାଷ୍ଟ୍ର ଗଢିବା ଓ ନିଶାମୁକ୍ତ ସମାଜ ଗଠନ କରିବା।
Sign in
Sign in
Recover your password.
A password will be e-mailed to you.