ଖାରଡା ପଞ୍ଚାୟତ ରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରଡା ପଞ୍ଚାୟତ ଗାଇବା ଯିବା ରାସ୍ତା ରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରଥମେ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ମ୍ୟାନେଜର ପି. ଅଭିରାମ ବିଧାୟକ ଙ୍କୁ ଫୁଲ ତୋଡା ଦେଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପରେ କମ୍ପାନୀ ପରିସର ମଧ୍ୟରେ ଥିବା ସମସ୍ତ ଯନ୍ତ୍ରପାତି କିଭଳି କାର୍ଯ୍ୟକାରୀ ବିଧାୟକ ଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ , ଏହି କମ୍ପାନୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପ୍ରଥମେ ରାୟଗଡ଼ା ଠାରେ ଥିବା ନାଲକୋ କୁ ପାଇପ ମାଧ୍ୟମ ରେ ଗ୍ୟାସ ଯୋଗାଇବ। ପରେ ଜନସାଧାରଣ ପାଇଁ ମେଡ଼ିକାଲ ଛକ ଠାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ ଜରିଆରେ ସମସ୍ତ ଘରେ ପାଇପ ମାଧ୍ୟମରେ ଗ୍ୟାସ ଯୋଗାଇଦିଆଯିବ ବୋଲି ଗେଲ ର ମ୍ୟାନେଜର ଜଣାଇଛନ୍ତି। ବିଧାୟକ ଏହିସବୁ କାର୍ଯ୍ୟ ତୁରନ୍ତ କାର୍ଯ୍ୟ ସାରି ଜନସାଧାରଣ ଘରେ ଘରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପାଇପ ମାଧ୍ୟମ ରେ ଗ୍ୟାସ ପ୍ରାୟ ଦକ୍ଷିଣ ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମ ପର୍ଯ୍ୟନ୍ତ ସୁବିଧା ପାଇପାରିବେ ଉପଭୋକ୍ତା ମାନେ, ଏହି ଭଳି ଉଚ୍ଚଧରଣ ର କାର୍ଯ୍ୟ କରିଥିବାରୁ ଗେଲ ଇଣ୍ଡିଆ କୁ ଧନ୍ୟବାଦ୍ ଜଣାଇଛନ୍ତି ବିଧାୟକ।

Leave A Reply

Your email address will not be published.