ବେଲଗୁଣ୍ଠା,୧୦/୦୬,-(ଶିବରାମ ଚୌଧୁରୀ )-ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ମଣ୍ଡଳ ପକ୍ଷରୁ ଖଇରପୁଟି ଠାରେ ଥିବା ହନୁମାନ ମନ୍ଦିରରେ କେନ୍ଦ୍ରରେ ବିଜେପି ସରକାରର ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା କରି ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଦେଶର ଉନ୍ନତି,ସମୃଦ୍ଧି ଓ ଜନକଲ୍ୟାଣ ପାଇଁ ପ୍ରଭୁଙ୍କ ପାଖରେ ଗୁହାରୀ ଜଣାଇଥିଲେ | ଆଜି ସକାଳ ଛଅ ଘଣ୍ଟା ତିରିଶି ମିନିଟ୍ ସମୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ହନୁମାନ ମନ୍ଦିରରେ ପହଞ୍ଚିବା ପରେ ଖଇରପୁଟି ସରପଞ୍ଚ ସତ୍ୟବାନ୍ ସ୍ୱାଇଁ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏହାପରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକଙ୍କ ସମେତ ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,ଜିଲ୍ଲାପରିଷଦ ସଭ୍ୟ,ମଣ୍ଡଳ ସଭାପତି,କାର୍ଯ୍ୟକର୍ତ୍ତା ଏବଂ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post