ମୋଦୀଙ୍କ ସଫଳ ନେତୃତ୍ୱ ପାଇଁ ମହାଦେବଙ୍କ ନିକଟରେ ପ୍ରାର୍ଥନା

0

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତର ସର୍ବାଧିକ ସମୟ ଧରି କ୍ରମାଗତ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସେବା ପ୍ରଦାନ କରିବାର ଗୌରବ ଅର୍ଜନ କରିଥିବା ଅବସରରେ ଝାରସୁଗୁଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶେଷ ପୂଜାର୍ଚ୍ଚନା କରାଯାଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କ୍ରମାଗତ ୪,୩୯୯ ଦିନ ପୂରଣ କରି ପୂର୍ବ ରେକର୍ଡକୁ ଅତିକ୍ରମ କରିବା ପରେ ଏହି ଉପଲକ୍ଷେ ଦଳୀୟ କର୍ମକର୍ତ୍ତାମାନେ ଉତ୍ସାହର ସହିତ ଏହାକୁ ପାଳନ କରିଥିଲେ।

ଝାରସୁଗୁଡ଼ାର ଆରାଧ୍ୟ ଦେବତା ବାବା ଝଡେଶ୍ୱର ମନ୍ଦିର ପ ରିସରରେ ଭାଜପା କର୍ମକର୍ତ୍ତାମାନେ ସାମୂହିକ ପୂଜାର୍ଚ୍ଚନା ଓ ଜଳାଭିଷେକ କରି ପ୍ରଧାନମନ୍ତ୍ରୀଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ଦୀର୍ଘାୟୁ କାମନା କରିଥିଲେ। ଦେଶର ବିକାଶ ଓ ଜନକଲ୍ୟାଣ ନିମନ୍ତେ ତାଙ୍କ ନେତୃତ୍ୱ ଆଗାମୀ ଦିନରେ ମଧ୍ୟ ଜାରି ରହୁ ବୋଲି ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଦଳୀୟ ନେତୃବୃନ୍ଦ କହିଥିଲେ ଯେ, ଏହି ସଫଳତା କେବଳ ଏକ ରେକର୍ଡ ନୁହେଁ, ବରଂ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ସୁଶାସନ ଓ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ବିଶ୍ୱାସର ପ୍ରତିଫଳନ।

ବକ୍ତାମାନେ ଝାରସୁଗୁଡ଼ା ଅଞ୍ଚଳରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ମଧ୍ୟ ଉଲ୍ଲେଖ କରିଥିଲେ। ବିଶେଷକରି ବୀର ସୁରେନ୍ଦ୍ର ସାଏଙ୍କ ବିମାନ ବନ୍ଦରର ସମ୍ପ୍ରସାରଣ, ବିମାନ ଚଳାଚଳ ସୁବିଧାର ବୃଦ୍ଧି, ରେଳ ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ହୋଇଥିବା ଉନ୍ନତି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଅଞ୍ଚଳର ପ୍ରଗତିକୁ ତ୍ୱରାନ୍ୱିତ କରିଥିବା ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଜେପିର ବରିଷ୍ଠ ନେତା ନେତାଜୀ ପଟ୍ଟନାୟକ, ଅରବିନ୍ଦ ପାଠକ, ବିମଳେନ୍ଦୁ ଭୋଳ, ସୋନୁ ଥିରାଣୀ, ରାଜେନ୍ଦ୍ର ସା, ରୁବି ମହାନ୍ତି, ଡୋଶୀଳ ମାଝୀ, ଆଦିତ୍ୟ ସାହୁ, ମମତା ପଟେଲ, ପିଙ୍କି ଦୀପଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.