ଓଡ଼ଗାଁ, ୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ରୋହିବାଙ୍କସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଜୟମଙ୍ଗଳ ପ୍ରସାଦ ତପୋବନ ପରିସରରେ ସୋମବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଓ ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ଭାଇ-ଭଉଣୀମାନଙ୍କ ସହ ମିଶି ତପୋବନ ପରିସରରେ ବୃକ୍ଷରୋପଣ କରିଥିଲେ। ନୟାଗଡ଼ ଜିଲ୍ଲା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ସଂଚାଳିକା ମିନୀ ଭଉଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥିମାନେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ଗଛ ମାନବ ସମାଜ ପାଇଁ ଅମୂଲ୍ୟ ସମ୍ପଦ। ପ୍ରତ୍ୟେକ ଗଛ ପରିବେଶର ସନ୍ତୁଳନ ରକ୍ଷା କରିବା ସହ ମଣିଷକୁ ଅନେକ ଉପକାର ପ୍ରଦାନ କରେ। ତେଣୁ ଗଛ ଲଗାଇବା, ବଢ଼ାଇବା ଏବଂ ତାହାର ଯତ୍ନ ନେବା ମାନବଜୀବନର ଏକ ମହତ୍ କର୍ତ୍ତବ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ତପୋବନର ସଂଚାଳିକା ଶାନ୍ତି ଭଉଣୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଏହି ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ୯୦ଟି ଚାରା ରୋପଣ କରିବା ପାଇଁ ସଙ୍କଳ୍ପ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍ଥାର ବହୁ ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.