ମୁଖ୍ୟ ମନ୍ତ୍ରୀ ଟ୍ରଫି -୨୬ ର ସେମି ଫାଇନାଲରେ ଉଭୟ ନବରଙ୍ଗପୁର ଜିଲ୍ଲା ବାଳକ ଏବଂ ବାଳିକା ଦଳ

0

ନବରଙ୍ଗପୁର: ଅଶୋକ ସାହୁ,ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଉଥିବା ଜୋନାଲ ସ୍ତରୀୟ ଚଉଦ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା ମୁଖ୍ୟ ମନ୍ତ୍ରୀ ଟ୍ରଫି-୨୬ ଚମ୍ପିୟାନସିପ ରେ ଉଭୟ ନବରଙ୍ଗପୁର ଜିଲ୍ଲା ବାଳକ ଏବଂ ବାଳିକା ଦଳ ଜୋନାଲ ଚାମ୍ପିୟନ୍ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଜୋନାଲ ସ୍ତରୀୟ ଫାଇନାଲ ମ୍ୟାଚରେ ବାଳକ ଦଳ କନ୍ଧମାଳ ଦଳକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ବାଳିକା ଦଳ ଗଜପତି ଦଳକୁ ୬-୦ ଗୋଲରେ ପରାସ୍ତ କରିଥିଲେ। ସେମି ଫାଇନାଲ ଖେଳିବା ନିମନ୍ତେ ଦଳ ରାଉରକେଲା ଗସ୍ତ କରିଛି। ଦଳର କୋଚ ଭାବେ ସପନ ବୈରାଗି, ଫିରୋଜ ହିଆଲ ଓ ଲାଲୁ ହରିଜନ ଦାଇତ୍ୱ ନେଉଥିବା ବେଳେ ମେନେଜର ଭାବେ ଶଶାଙ୍କ ଶେଖର ବେହେରା ଏବଂ ଦୁର୍ଯ୍ୟ ହରିଜନ ଦାଇତ୍ୱ ନିର୍ବାହ କରୁଛନ୍ତି । ନବରଙ୍ଗପୁର ଉଭୟ ବାଳକ ଓ ବାଳିକା ଦଳର ଏହି ସଫଳତା ନବରଙ୍ଗପୁର ମାଟିକୁ ରାଜ୍ୟ ସ୍ତରରେ ଗର୍ବିତ କରିଛି ।ଏହି ଖବର ପ୍ରାପ୍ତ ହେଲାପରେ ନବରଙ୍ଗପୁର କ୍ରୀଡା ସଂଘର ସଭାପତି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ, କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ.ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରୀଡା ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡୋର ସମ୍ପାଦକ କୃଷ୍ଣ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍, ମହିଳା ସମ୍ପାଦିକା ଇଁ. ଚନ୍ଦନା ମଲ୍ଲିକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ ମାନେ ବାଳକ ଦଳକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ରେ ନବରଙ୍ଗପୁର ଜିଲ୍ଲା ବାଳକ ଦଳ ଯାଜପୁର ସହ ଏବଂ ବାଳିକା ଦଳ ଭୁବନେଶ୍ୱର ଦଳ କୁ ଭେଟିବ।

Leave A Reply

Your email address will not be published.