ଜିଲ୍ଲାରେ ୫,୯୫,୯୦୭ ବା ୬୯.୪୨ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ ଆରମ୍ଭ

0

ନବରଙ୍ଗପୁର,ଅଶୋକ ସାହୁ,08/06/226,ନବରଙ୍ଗପୁର ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟ ଚାଲିଛି।ବି ଏଲ ଓ ମାନେ ଘର କୁ ଘର ଯାଇ ବର୍ତ୍ତମାନ ସୁଦ୍ଧା ୫,୯୫,୯୦୭ ଜଣ ବା ୬୯.୪୨ ପ୍ରତିଶତ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଆଜି ସୁଦ୍ଧା ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ୬୩ ପ୍ରତିଶତ,ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ୭୪ ପ୍ରତିଶତ,ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୭୧ ପ୍ରତିଶତ ଏବଂ ଡାବୁ ଗାଁ ନିର୍ବାଚନ ମଣ୍ଡଳୀରେ ୬୮ ପ୍ରତିଶତ ପରିଗଣନା ଫର୍ମ ବିତରଣ କରାଯାଇଛି।ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି।ବି ଏଲ ଓ ମାନେ ପରିଗଣନା ଫର୍ମ ଗୃହସ୍ତଙ୍କୁ ପ୍ରଦାନ ସହ ଫର୍ମ ପୂରଣ ରେ ମାର୍ଗଦର୍ଶନ କରୁଛନ୍ତି।ଫର୍ମ ପୂରଣ ପରେ ଭୋଟରଙ୍କ ଠାରୁ ଗ୍ରହଣ କରି ଏକ ପ୍ରାପ୍ତି ସ୍ୱୀକାର ପତ୍ର ଭୋଟରଙ୍କୁ ଦେଉଛନ୍ତି।
ଏହି ସମ୍ଭନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରତ୍ୟେକ ଦିନ ଇ ଆର୍ ଓ ଏବଂ ଏ ଇ ଆର୍ ଓ କ୍ଷେତ୍ର ପରିଦର୍ଶନ କରୁଛନ୍ତି l ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼ ମହେଶ୍ବର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ୱଜିତ୍ ଚନ୍ଦ୍ର ବର୍ମନ ଏବଂ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ବି ଏଲ ଓ, ସୁପରଭାଇଜର କାର୍ଯ୍ୟକୁ ନିରିକ୍ଷଣ କରୁଛନ୍ତି । ଏ ସମସ୍ତ କାର୍ଯ୍ୟରେ ଜିଲ୍ଲାର ପ୍ରତ୍ୟେକ ଭୋଟର ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.