ମୋଦିଙ୍କ ଗ୍ୟାରେଣ୍ଟି ମୁତାବକ ଓଡ଼ିଶାରେ ଲାଗୁ ହେଉ ସଂପୂର୍ଣ୍ଣ ନିଶା ନିବାରଣ

0

ଭୁବନେଶ୍ୱର: ୨୦୨୪ ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଦିଆଯାଇଥିବା ଗ୍ୟାରେଣ୍ଟି ପରିପ୍ରେକ୍ଷୀରେ ଓଡ଼ିଶାରେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରାଯିବା ସହିତ ଗୁଜରାଟ ମଡେଲ୍‍ ରାଜ୍ୟକୁ ନିଶାମୁକ୍ତ କରିବା ଲାଗି ବିଭିନ୍ନ ମହଲରୁ ଦାବି ତେଜିବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ଅନ୍ୟତମ ସାମାଜିକ କର୍ମୀ ତଥା ଗାନ୍ଧୀ ବିଚାର ଚିନ୍ତକ ପ୍ରହଲାଦ କୁମାର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ।
Imageଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମଇ ୫ ତାରିଖରେ ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସେତେବେଳର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଦଳର ସଂକଳ୍ପପତ୍ର ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪’ ଉନ୍ମୋଚନ କରିଥିଲେ । ଏଥିରେ ଅନ୍ୟାନ୍ୟ ପ୍ରସଂଗ ମଧ୍ୟରେ ଓଡ଼ିଶାକୁ ୨୦୨୯ ସୁଦ୍ଧା ନିଶାମୁକ୍ତ କରିବା, ସମ୍ବିଧାନର ୪୭ ଧାରାକୁ କଡ଼ାକଡ଼ି ଭାବେ ଲାଗୁ କରିବା, ବିଷାକ୍ତ ପାନୀୟ ତଥା ଡ୍ରଗ୍ସକୁ ନିୟନ୍ତ୍ରଣ କରିବା ସହିତ ଉତ୍କୃଷ୍ଟ ଜୀବନ ଲାଗି ପଦକ୍ଷେପ ନେବାକୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡାଙ୍କ ସମେତ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।
ଓଡ଼ିଶାରେ ବିଜେପି ସରକାର ଗଠନ କରାଯିବାର ଦୁଇବର୍ଷ ପୂରଣ ହେବାକୁ ଯାଉଥିବାବେଳେ ନିଶା ନିବାରଣ ପରିବର୍ତ୍ତେ ପ୍ରସାରଣ ଚାଲିଛି । ରାଜ୍ୟରେ ନିଶା ପ୍ରସାରଣ ପ୍ରାୟ ଦୁଇଗୁଣ ବଢ଼ିଛି । ବିକାଶ ପାଇଁ ଗୁଜରାଟ ମଡେଲ୍‍ କଥା କୁହାଯାଉଥିବାବେଳେ ଗୁଜରାଟ ଓ ବିହାର ଭଳି ବିଜେପି ଶାସିତ ରାଜ୍ୟମାନଙ୍କରେ ନିଶା ନିବାରଣ ଲାଗୁ ହୋଇଥିôବାବେଳେ ମୋଦିଙ୍କ ଗ୍ୟାରେଣ୍ଟି ସତ୍ତେ୍ୱ ଓଡ଼ିଶା କିନ୍ତୁ ଏଯାବତ୍‍ ଏହା ଲାଗୁ କରାଯାଇ ନାହିଁ । ବିରୋଧୀ ଦଳରେ ଥିବବେଳେ ବିଜେପି ନିଶା ନିବାରଣ କଥା ବିଭିନ୍ନ ମଞ୍ଚରୁ ଉଠାଉଥିଲା । ଶ୍ରୀରାମଚନ୍ଦ୍ରଙ୍କୁ ବହୁ ବିଜେପି ନେତା ଆଦର୍ଶ ଭାବେ ମାନୁଥିବାବେଳେ ସତ୍ୟ ଓ ସଂକଳ୍ପ ରକ୍ଷା ପାଇଁ ନିଶା ନିବାରଣ ଲାଗୁ କରିବାକୁ ଆଗେଇ ଆସିବାକୁ ଦାବି ହେଉଛି ।
ଚଳିତ ମାସ ୧୨ ତାରିଖରେ ଓଡ଼ିଶାରେ ବିଜେପି ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଥିବାବେଳେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ନିଶା ନିବାରଣ ଲାଗୁ କରିବାକୁ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଶେଷକରି ନିଶା ଯୋଗୁ ବିଭିନ୍ନ କିସମର ଅପରାଧ ସହିତ ନାରୀ ନିର୍ଯାତନା, ଦୁର୍ଘଟଣା, ରୋଗବ୍ୟାଧି, ଆତ୍ମହତ୍ୟା ଆଦି ଘଟିବା ସହିତ ସାମାଜିକ, ଆର୍ଥôକ ଓ ରାଜନୈତିକ ବ୍ୟବସ୍ଥା ଉପରେ ଏହାର ପ୍ରତ୍ୟକ୍ଷ କୁପ୍ରଭାବ ପଡୁଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଜୁନ୍‍ ୧୨ ପୂର୍ବରୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରି ରାଜ୍ୟକୁ ବିପର୍ଯ୍ୟୟରୁ ରକ୍ଷା କରିବାକୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.