ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ

0

ଓଡ଼ଗାଁ, ୦୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ ଶୁକ୍ରବାର ସନ୍ଧ୍ୟାରେ କଲେଜ ରୋଡ୍‌ସ୍ଥିତ ହ୍ୱାଇଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭଗବାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରାୟ ୪୦ଟି ବ୍ରାହ୍ମଣ ପରିବାରର ପ୍ରତିନିଧିମାନେ ଯୋଗଦେଇଥିଲେ। ସମ୍ପାଦକ ସୁରେନ୍ଦ୍ରନାଥ ମିଶ୍ର ବାର୍ଷିକ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମିଶ୍ର ବ୍ରାହ୍ମଣ ସମାଜର ଏକତା, ସଂସ୍କାରପୂର୍ଣ୍ଣ ଚଳଣି ଏବଂ ବୈଦିକ ସାମାଜିକ କାର୍ଯ୍ୟକଳାପକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଗୋଦାବାରୀ ଷଡ଼ଙ୍ଗୀ, ଜଳନ୍ଧର ରଥ, ଅଖିଳ ମିଶ୍ର, ଶିବରାମ ଷଡ଼ଙ୍ଗୀ, ବୈକୁଣ୍ଠ ବିହାରୀ ମିଶ୍ର ଓ ଇନ୍ଦୁଭୂଷଣ ମିଶ୍ର ପ୍ରମୁଖ ନିଜ ମତାମତ ରଖିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ସମାଜର କାର୍ଯ୍ୟକୁ ପ୍ରଶଂସା କରି ଯୁବପିଢ଼ିଙ୍କୁ ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ପଙ୍କ୍ତି ଭୋଜନରେ ସଦସ୍ୟ ଓ ସେମାନଙ୍କ ପରିବାରବର୍ଗ ଯୋଗଦେଇଥିଲେ। ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.