କାଲିମେଳା ବ୍ଲକ ଭେଜଙ୍ଗିଗୁଡା ପଞ୍ଚାୟତରେ କାଳବୈଶାଖୀ ତାଣ୍ଡବ: ବୃଦ୍ଧାଙ୍କ ଘର ଧ୍ୱଂସ*

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: କାଲିମେଳା ବ୍ଲକ ଅନ୍ତର୍ଗତ ଭେଜଙ୍ଗିଗୁଡା ପଞ୍ଚାୟତର MPV-39 ଗ୍ରାମରେ ଗତକାଲି ହୋଇଥିବା କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷତି ହୋଇଛି। ଏହି ଝଡ଼ରେ ଗ୍ରାମର ବିଜଲୀ ରାଣୀ ବାଇନ (ବୟସ 70)ଙ୍କ ଘର ଉପରେ ବଡ଼ ଗଛ ଭାଙ୍ଗି ପଡ଼ି ଘରଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।

ସୂଚନା ଅନୁଯାୟୀ, ଘରଟି ପୂରାପୂରି ଭାଙ୍ଗିପଡ଼ିଥିବାରୁ ବୃଦ୍ଧା ଜଣକ ଗୁରୁତର ଅସୁବିଧାରେ ପଡ଼ିଛନ୍ତି। ସେ ପୂର୍ବରୁ କୌଣସି ଇନ୍ଦିରା ଆବାସ ଯୋଜନାର ଲାଭ ମଧ୍ୟ ପାଇନଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକେ ପ୍ରଶାସନକୁ ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଏବଂ ଆବାସ ଯୋଜନାରେ ସମ୍ମିଳିତ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ସେ ବୃଦ୍ଧା ଜଣକ ଅସ୍ଥାୟୀ ଭାବେ ପଡ଼ୋଶୀଙ୍କ ଆଶ୍ରୟରେ ରହୁଛନ୍ତି।

ପ୍ରଶାସନ ତରଫରୁ ଯଥାଶୀଘ୍ର ସର୍ବେ କରି ସହାୟତା ଯୋଗାଇଦେବାକୁ ଆଶା କରାଯାଉଛି।

Leave A Reply

Your email address will not be published.