କୁଲଡିହା ରୁ ଦୁଇ ସଶସ୍ତ୍ର ଶିକାରୀ ଗିରଫ।

0 2

ନୀଳଗିରି ; ଗତ ୫ ତାରିଖ ଶୁକ୍ରବାର ରାତି ପ୍ରାୟ ୮,୨୦ ମିନିଟ ସମୟରେ କୁଲଡିହା ଅଭୟରଣ୍ୟ ର ପଞ୍ଚଲିଙ୍ଗେଶ୍ୱର ସେକ୍ସନ ଅନ୍ତର୍ଗତ ଚଟକା (ପାଇଡ଼ପାଣି) ଠାରେ ପ୍ରବେଶ ପଥରେ ଡ୍ୟୁଟି କରୁଥିବା ବେଳେ, ବନ କର୍ମଚାରୀମାନେ ଦୁଇ ଜଣ ଶଶସ୍ତ୍ର ଶିକାରୀ ଙ୍କୁ ଅଟକ ରଖିଥିଲେ। ସେମାନେ ହେଲେ ନୀଳଗିରିର ଅଞ୍ଚଳ ବାଙ୍କିଶୂଳ ଗ୍ରାମର ଗୁରୁବା ସିଂ ଏବଂ ନୀଳଗିରିର ନୂଆସାହି ଅଞ୍ଚଳର ସଦା ସିଂ। ଯାଞ୍ଚ ସମୟରେ, କର୍ମଚାରୀମାନେ ସେମାନଙ୍କ ନିକଟରୁ ୨ ଗୋଟି ଦେଶୀ ବନ୍ଧୁକ, କୁଟୁରା ମାଂସ, ବିସ୍ଫୋରକ ଓ ଗୋଟିଏ ଦାଆ ଜବତ କରିଥିଲେ। ବେଆଇନ ଶିକାର କାର୍ଯ୍ୟରେ ସମ୍ପୃକ୍ତ ଥିବା ସନ୍ଦେହରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ
ଆଜି ଉଭୟ ଅଭିଯୁକ୍ତ ନାମରେ ଏକ ମାମଲା ରୁଜ୍ଜୁ କରି ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୀଳଗିରି ଏସ ଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.