ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଷଷ୍ଠ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ।

0 2

ଭଦ୍ରକ:  ତା ୦୪/୦୬/୨୦୨୬ ରିଖ ଗୁରୁବାର ଗୀତଗୋବିନ୍ଦ ସଦନରେ ଠାରେ ଜାତୀୟ କବି ଲେଖକ ସଂଗଠନ ଭଦ୍ରକ ତରଫରୁ ଏକ ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶ ସାହିତ୍ୟ ସମ୍ବୋର୍ଦ୍ଧନା ଓ ମୁଖପତ୍ର ଆମ ଅଙ୍ଗୀକାର-୨୦୨୬ ବିଷୁବ ପତ୍ରିକା ଉନ୍ମୋଚନ ସଭା ଅନୁଷ୍ଠିତ ହୋଇ ଯାଇଛି ।ଏହି ସଭାକୁ ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଦୀନବନ୍ଧୁ ବେଜ ପ୍ରଥମେ ଅତିଥିଙ୍କୁ ସଅବାହାନ କରିଥିଲେ ପରେ ସଭାପତି ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା କାର୍ଯ୍ୟକ୍ରମ ର ସଭାପତିତ୍ବରେ କରିଥିଲେ ।ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରଜନୀ ରଂଜନ, ବଳିଷ୍ଠ ସିନେ ସଂଳାପକାର ଓ ଅଧ୍ୟାପକ, ମୁଖ୍ୟ ବକ୍ତା ଭାବେ ବିଜୟ ଦାଶ ବରିଷ୍ଟ କବି ନାଟ୍ୟକାର ଓ ପିଲ୍ମ ନିର୍ଦ୍ଦେଶକ ସମ୍ମାନିତ ଅତିଥି ଭାବେ ରକ୍ଷକ ନାୟକ, ବରିଷ୍ଟ କବି ଓ ପ୍ରଶାସକ, ବିଶିଷ୍ଟ ସମ୍ମାନିତ ଅତିଥି ବିଜୟ ଜେନା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଓ ସୁ ସାହିତ୍ୟିକ ଯୋଗ ଦେଇଥିଲେ । ଏହି ସାହିତ୍ୟ ମହୋତ୍ସବରେ ସମ୍ବୋର୍ଦ୍ଧିତ ହୋଇଥିବା ଲେଖକ ଓ ଲେଖିକା ମାନେ ହେଲେ କୁଳମଣି ବାରିକ, କଟକ -ଆମ ଅଙ୍ଗୀକାର ବାଣୀପୁତ୍ର ୨୦୨୬ ବାବାଜୀ ଚରଣ ଦାସ, ଭୁବନେଶ୍ୱର ଆମ ଅଙ୍ଗୀକାର ପ୍ରବନ୍ଧ ସମ୍ମାନ-୨୦୨୬, କବି ଜଗଦୀଶ ମହାନ୍ତି, ଭଦ୍ରକ ଆମ ଅଙ୍ଗୀକାର ଶ୍ରେଷ୍ଠ ସଂଗଠକ ସମ୍ମାନ- ୨୦୨୬
ଦେବଯାନୀ ଆଚାର୍ଯ୍ୟ, ବାଲେଶ୍ୱର ଆମ ଅଙ୍ଗୀକାର ପ୍ରଜ୍ଞା ଭାରତ ସମ୍ମାନ-୨୦୨୬, ରବିନ୍ଦ୍ରନାଥ ବାହିନୀପତି, ନବରଙ୍ଗପୁର ଆମ ଅଙ୍ଗୀକାର ସାହିତ୍ୟ ଉଦ୍ୟୋକ୍ତା ସମ୍ମାନ ୨୦୨୬, ପଙ୍କଜ ରାଉତ, ଆଠଗଡ଼, କଟକ – ଆମ ଅଙ୍ଗୀକାର ଗୀତିକବି ସମ୍ମାନ-୨୦୨୬ ସୌଦାମିନୀ ତ୍ରିପାଠୀ, ଭୁବନେଶ୍ୱର-ଆମ ଅଙ୍ଗୀକାର କବିତା ସମ୍ମାନ ୨୦୨୬ ସୀତାଂଶୁ ଜେନା, ଯାଜପୁର ଆମ ଅଙ୍ଗୀକାର ନବ ସର୍ଜନା ସମ୍ମାନ ୨୦୨୬, ଗୋଲୋକ ବିହାରୀ ବେହେରା ,ଢେଙ୍କାନାଳ ଆମ ଅଙ୍ଗୀକାର ସାହିତ୍ୟ ଗୌରବ ସମ୍ମାନ ୨୦୨୬, ସୀମା କାନୁନଗୋ, ଭୁବନେଶ୍ୱର ଆମ ଅଙ୍ଗୀକାର ସାହିତ୍ୟ ସୈକତ ସମ୍ମାନ ୨୦୨୬, ଅନ୍ତର୍ଯ୍ୟାମୀ ବେଜ, କେନ୍ଦ୍ରାପଡା ଆମ ଅଙ୍ଗୀକାର ଶିକ୍ଷା ଜାଗୃତୀ ସମ୍ମାନ ୨୦୨୬ ରେ ସମ୍ମାନିତ କରା ଯାଇଥିଲା ।ଏହି ଅବସରରେ ଉନ୍ମୋଚନ ହୋଇଥିଲା ବିଷୁବ ବିଶେଷାଙ୍କ “ଆମ ଅଙ୍ଗୀକାର – ୨୦୨୬”
ଏହି ସାହିତ୍ୟ ଉତ୍ସବରେ ସାରା ରାଜ୍ୟରୁ ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ଏକଶତ ଷାଡିଏ ଜଣ କବି କାୟିତ୍ରୀ ସାମିଲ ହୋଇ ଥିଲେ, ଉପଦେଷ୍ଟା କୁଳମଣି ବାରିକ ସଂଯୋଜକ ଜଗଦୀଶ ମହାନ୍ତି, କା ସଂପାଦିକା ଦେବଯାନୀ ଆଚାର୍ଯ୍ୟ, ସ ସମ୍ପାଦକ ଅନନ୍ତ କୁମାର, ପଙ୍କଜ ରାଉତ / ସାଗର ପରିଡ଼ା, ମୁତ୍ୟୁଞ୍ଜୟ ସାହୁ ସଂଗ୍ରାମ ତ୍ରିପାଠୀ, ସଭାପତି ଯଜ୍ଞେଶ୍ଵର ପଣ୍ଡା ଓ ସଂପାଦକ ଦୀନବଂଧୁ ବେଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |

Leave A Reply

Your email address will not be published.