ବସ୍ତା :ବସ୍ତା ବ୍ଲକର ଅମର୍ଦାରୋଡ ସମେତ ବସ୍ତା ବିଭିନ୍ନ ଅଞ୍ଚାଳରେ ରାସ୍ତା ପାର୍ଶ୍ବରେ ଓ ରାସ୍ତା ଉପରେ ବାଲି,ମୋରମ ଓ ଚିପ୍ସ ଜମାରଖି ଘରକାମ,ରାସ୍ତାକାମ କରୁଥିବାରୁ ଯାତାୟତରେ ଘୋର ସମସ୍ୟା ଉପୁଜିଛି।ଘଟଣାରୁ ପ୍ରକାଶ ଏହି କି ଯେ,ଜାତୀୟ ରାଜପଥ,ରାଜ୍ୟ ରାଜପଥ ଓ ଗ୍ରାମାଞ୍ଚଳରେ ଥିବା ରାସ୍ତାରେ ଗମନାଗମନ କୌଣସି ପ୍ରତିବନ୍ଧକ ନ ରଖିବା ପାଇଁ ନିୟମ ରହିଛି।ରାସ୍ତା ଉପରେ ଚିପ୍ସ,ବାଲି ଓ ମୋରମ ଗଦା ହୋଇ ରହିଥିବାରୁ ଅନେକ ସମସ୍ୟା ଦେଖାଯାଉଥିବା ବେଳେ ରାସ୍ତାରେ ଯାନବାହାନ ଓ ଜନସାଧାରଣ ଯାତାୟତରେ ବାଧା ଉପୂଜୁ ଥିବା ଭଳି ଅନେକ ସମସ୍ୟା ମଧ୍ୟ ଉପୁଜିଛି।ରାସ୍ତାରେ ଗମନାଗମନ ପାଇଁ କୌଣସି ପ୍ରତିବନ୍ଧକ ନ ରଖିବା ପାଇଁ ନିୟମ ଥିବାବେଳେ ଏଠାରେ ଜୈନିକ କଣ୍ଟ୍ରାକଟର ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବାର ଦେଖିବାକୁ ମିଳିଛି।ଏହି ରାସ୍ତା ଗୁଡ଼ିକର ଅବସ୍ଥା ସ୍ବଚକ୍ଷୁରେ ନ ଦେଖିଲେ ହୃଦୟଙ୍ଗମ କରିବା ଅସମ୍ଭବ।ଚିପ୍ସ,ବାଲି ଓ ମୋରମ ଗ୍ରାମାଞ୍ଚଳ ରାସ୍ତା ଉପରେ ଜମା ହୋଇ ରହିଥିବାରୁ।ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଯାତାୟାତ କରିବା କଷ୍ଠକର ହୋଇ ପଡୁଛି।ରାସ୍ତାରେ ମଟରସାଇକେଲ,ସାଇକେଲ ଓ ପଥଚାରି ଦୃଘଟଣା ସମ୍ମୁଖିନ ହେଉଥିବା ବେଳେ ପୋଲିସ,ମାଇନିଙ୍ଗ ବିଭାଗ ଓ ପ୍ରଶାସନ ନିଜ ଧନ୍ଦାରେ ବ୍ୟସ୍ତ ରହି ଏହାକୁ ଆଦୌ ଗୁରୁତ୍ବ ଦେଉ ନାହାଁନ୍ତି କି ଏଥିପ୍ରତି କାହାରି ନିଘା ନାହିଁ।ସରକାରୀ ଅଧିକାରୀ ମାନେ ସରକାରଙ୍କ ସତେ ଯେପରି ଭୁଲି ଗଲା ପରି ମନେ ହେଉଛି ବୋଲି ବୁଦ୍ଧିଜୀବି ମହଲରେ ଆଜିର ଆଲୋଚ୍ୟର ବିଷୟ ବସ୍ତୁ ପାଲଟିଛି।ଏଥି ପ୍ରତି ସମସ୍ତ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post