ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଭାତଲଇଡା ଗ୍ରାମପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ ଓ ଜନମଙ୍ଗଳ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ହେଉଥିବା ସହିତ ନିର୍ମାଣ କାର୍ଯ୍ୟ ରେ ଫ୍ଲାଏ ଆସ ବ୍ୟବହାର କୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ଗୁରୁବାର ଏକ ଲିଖିତ ଅଭିଯୋଗ କରାଯାଇଛି। ସରକାରୀ ଅର୍ଥର ହରିଲୁଟ୍ ସହ ପରିବେଶ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।ଭାତଲଇଡା ଗ୍ରାମ ପଞ୍ଚାୟତ ବାସୀ ଙ୍କ ଅଭିଯୋଗ ମୁତାବକ ଉତ୍କୃଷ୍ଟ ନିର୍ମାଣ ସାମଗ୍ରୀ ବଦଳରେ ଫ୍ଲାଏ ଆସ ବ୍ୟବହାର କରି କୋଟି କୋଟି ସରକାରୀ ଅର୍ଥ ଆତ୍ମସାତ କରାଯାଉଛି। ଭାତଲଇଡା ଗ୍ରାମପଞ୍ଚାୟତର ଗ୍ରାମପଞ୍ଚାୟତ ଅଫିସ ଗୃହ ନିର୍ମାଣ,ପଞ୍ଚାୟତ ଅଫିସ ଗାର୍ଡୱାଲ୍ ନିର୍ମାଣ,ମୁଣ୍ଡାଟିକ୍ରା ରେ ନିର୍ମିତ ଗାର୍ଡୱାଲ,ଖଜୁରୀମୁଣ୍ଡା ରେ ନିର୍ମିତ ଗାର୍ଡୱାଲ ଆଦି କାର୍ଯ୍ୟ ରେ ପାଉଁଶ ବ୍ୟବହାର ହେବା ସହିତ ନିର୍ମାଣ ଚାଲିଥିବା ସମସ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାରୁ ଅଳ୍ପ ଦିନ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ଭାଙ୍ଗିଯିବାର ବଡ଼ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ବରୁ ଗ୍ରାମବାସୀମାନେ ଲଇକେରା ବି.ଡି.ଓ. ଏବଂ ସହକାରୀ ଯନ୍ତ୍ରୀ ସାରିକା ସ୍ୱାଇଁ ଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଓଲଟା ଅଭିଯୋଗ କରିବା ଯୋଗୁଁ ସହକାରୀ ଯନ୍ତ୍ରୀ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ ରହିଛି।ଏହା ସହିତ ଝାରସୁଗୁଡ଼ା ବିଧାୟକଙ୍କ ଅତ୍ୟନ୍ତ ଅନୁଗତ ଠିକାଦାର ରୋହିତ କିସାନ ଏବଂ ସୁମିତ ପଟେଲ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କରୁଥିବାରୁ ପ୍ରଶାସନିକ ସ୍ତରରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି ଏବଂ ସେମାନେ ମନମୁଖୀ ଭାବେ ନିମ୍ନମାନର କାର୍ଯ୍ୟ ଜାରି ରଖିଛନ୍ତି।
ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କ ଟିକସ ଅର୍ଥର ହରିଲୁଟ୍କୁ ରୋକିବା ସହ ଦୋଷୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାତଲଇଡା ଗ୍ରାମପଞ୍ଚାୟତର ସମସ୍ତ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.