ବେଲଗୁଣ୍ଠା -4/06-:(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅନ୍ତର୍ଗତ “Mission Zero Plastic Visibility” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ରାସ୍ତାଘାଟ, ବଜାର ଓ ସାର୍ବଜନିକ ସ୍ଥାନରୁ ପ୍ଲାଷ୍ଟିକ ବର୍ଜ୍ୟ କମାଇ ପରିବେଶ ସୁରକ୍ଷା କରିବା ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଜ୍ଞାପିତ ଅଞ୍ଚଳପରିଷଦ ବେଲଗୁଣ୍ଠାତରଫରୁସୁତୁମୁସର ରୋଡ଼ ଓ ନିକଟସ୍ଥ ସ୍ମସାନ ଠାରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରିଷଦ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ୱାବଧାନରେ ସମସ୍ତ କର୍ମଚାରୀ ଯଥା – ପ୍ରଫୁଲ ଷଡ଼ଙ୍ଗୀ , ଜି . ପ୍ରବୀଣ କୁମାର , ବାବୁଲା ଗୌଡ଼ , ଦିଲ୍ଲୀପ କୁମାର ସ୍ୱାଇଁ , ସନ୍ତୋଷ କୁମାର ପଣ୍ଡା , ଗୟାଚାନ୍ଦ ସାହୁ , ମହେନ୍ଦ୍ର ଦାସ , ରବିନ୍ଦ୍ରନାଥ ତ୍ରିପାଠୀ , ଶ୍ୟାମସୁନ୍ଦର ମହାନ୍ତି , ମାଧବ ମହାରଣା ଙ୍କ ସମେତ ସମସ୍ତ ସଫେଇ କର୍ମଚାରୀ ସ୍ୱଛକର୍ମି , ସ୍ଵଛ ସାଥି, ମିଶନ ଶକ୍ତି ଗୋଷ୍ଠୀ ଓ ସାଧାରଣ ଜନତା ସହଯୋଗ କରିଥିଲେ ସମସ୍ତ ଅଂଶଗ୍ରହଣକାରୀ ହାତରେ ଝାଡୁ ଓ କୋଦାଳ ଧରି ବର୍ଜ୍ୟବସ୍ତୁ ପୃଥକୀକରଣ କରି ସଫେଇ ଗାଡ଼ିରେ ବର୍ଜ୍ୟବସ୍ତୁ ପୁନର୍ଲ୍ଲଭଃ କେନ୍ଦ୍ରକୁ ପଠାଯାଇଥିଲା ପରିଶେଷରେ ସ୍ୱଛତା ସଂକଳ୍ପ ପତ୍ର ପାଠ କରି ଶପଥପାଠ କରିଥିଲେଉପସ୍ଥିତ ଅତିଥିମାନେ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର କମାଇବା ସହ ସ୍ୱଚ୍ଛତା ରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ କରିଥିଲେ ସ୍ୱଚ୍ଛ ଓ ସୁନ୍ଦର ବେଲଗୁଣ୍ଠା NAC ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.