ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା, 4.6.26: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ସାଇପ୍ରିୟା ନଗରରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା କିଭଳି କରାଯିବ ଏବଂ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ପୌର ପରିଷଦ ର କାଉନସିଲର ଶ୍ରୀମତୀ ଶୁଭ୍ରା ପଣ୍ଡା, ସମ୍ମାନୀତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଜୟଦେବ ସିଠ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶର ସୁରକ୍ଷା, ମାନବ ସମାଜରେ ବୃକ୍ଷର କିଭଳି ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଦିଗରେ ନାଗରିକଙ୍କ କଣସବୁ ଭୂମିକା ରହିଛି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଫୁଲଚାରା ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ପରିଚାଳନା କରିଥିବା ବେଳେ ଉପସଭାପତି ଡକ୍ଟର ଏମ ସୁରେଶ କୁମାର ଏବଂ ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭ୍ୟା ଶ୍ରୀମତୀ ଗୀତାରାଣୀ ମିଶ୍ର, ପ୍ରତିମା ପାଢ଼ୀ , ଅମୁଲ୍ୟା କୁମାରୀ ମିଶ୍ର କୋଷାଧ୍ୟକ୍ଷ ଜି. ବ୍ରହ୍ମାଜି, ସୁନନ୍ଦ ଜେନା, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ .