ଚୌଦ୍ୱାର: ଚୌଦ୍ୱାର କଲେଜ ଅଧ୍ୟକ୍ଷା ରଶ୍ମୀ ରାଉତରାୟ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ କଲେଜ ଅଡିଟୋରିୟମରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଡ. ପ୍ରଫୁଲ୍ଲ କୁମାର ସାହୁ ପୌରୋହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ସଭାରେ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ସାହୁ, ଅଧ୍ୟାପକ ଗଣେଶ୍ୱର ସ୍ୱାଇଁ, କର୍ମଚାରୀ ସଂଘର ସଭାପତି ସସ୍ମିତା ଭୁୟାଁ, ଅଧ୍ୟାପିକା ହରପ୍ରିୟା ମହାପାତ୍ର, ପୁରାତନ ଛାତ୍ର ସଂସଦ ସଭାପତି ବିବେକାନନ୍ଦ ଜେନା, ରବିନ୍ଦ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ କଲେଜର ସର୍ବାଙ୍ଗୀନ ବିକାଶରେ ଶ୍ରୀମତୀ ରାଉତରାୟଙ୍କ ମହତ୍ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ, ନିରାମୟ, ସୁଖ ଓ ଶାନ୍ତିରେ ଅତିବାହିତ ହେଉ ବୋଲି କାମନା କରିଥିଲେ । ଏହି ଅବସରରେ କଲୋଜର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଶ୍ରୀମତୀ ରାଉତରାୟଙ୍କ ସହିତ କାର୍ଯ୍ୟ କରିଥିବା ବେଳର ଅନେକ ଅଭୁଲା ସ୍ମୃତି ବଖାଣି ଥିଲେ ଏବଂ ତାଙ୍କୁ ଉପଢୌକନ , ସ୍ମାରକୀ ଉପହାର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଚୌଦ୍ୱାରରେ କାର୍ଯ୍ୟରତ ସାମ୍ବାଦିକ, ରକ୍ତଦାତା ସଂଗଠନର କର୍ମକର୍ତ୍ତା, କଲେଜ ପୁରାତନ ଛାତ୍ର ସଂସଦ, କଲେଜର ପୁରାତନ ଓ କାର୍ଯ୍ୟରତ କର୍ମଚାରୀମାନଙ୍କ ତରଫରୁ ମଧ୍ୟ ଶ୍ରୀମତୀ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ସମ୍ପାଦକ କେଶବ ଚନ୍ଦ୍ର ସାହୁ, ବରିଷ୍ଠ କର୍ମକର୍ତ୍ତା ବିଚିତ୍ରା ନନ୍ଦ ସାହୁ, ଶ୍ରୀନିବାସ ସାହୁ, ମୀନାକ୍ଷୀ ପ୍ରଧାନ, ମୁରଲୀଧର ବେହୁରା, ଆଶୁତୋଷ ଦାସ, ପ୍ରଦୀପ ନାୟକ, ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.