ଯୁବୋଦୟ ଭିକ୍ଟର ୨୦୨୬: +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

0 1

ଲକ୍ଷ୍ୟପ୍ରାପ୍ତି ପାଇଁ ଲଗାତାର ଉଦ୍ୟମ ଜରୁରୀ

ବଲାଙ୍ଗୀର: ଛାତ୍ର ଛାତ୍ରୀମାନେ ଗୋଟିଏ ସଫଳତାରେ କେବଳ ଉତଫୁଲ୍ଲିତ ହୋଇ ରହିଯିବା ଉଚିତନୁହେଁ। ସେମାନେ ନିଜର ଲକ୍ଷ୍ୟ ପଥରେ ଆଗକୁ ବଢିବାପାଇଁ ଲଗାତାର ଉଦ୍ୟମ ଜାରିରଖିବା ଦରକାର। କାରଣ ସଫଳତା ଲଗାତାର ଉଦ୍ୟମ ଦ୍ୱାରା ହିଁ ମିଳିଥାଏ।ଯୁବୋଦୟ ମହାବିଦ୍ୟାଳୟ ଆଜି ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ରତା ପାଇଁ, ଶିକ୍ଷାଦାନ ଶୈଳୀ, ସର୍ବୋଚ୍ଚ ପରୀକ୍ଷା ଫଳ ପାଇଁ ପରିଚିତ। ଏହି ସଫଳତା ର ଶ୍ରେୟ ଶିକ୍ଷାନୁଷ୍ଠାନର ପୌନଃପୌନିକ ଉଦ୍ୟମ ବୋଲି କହିଛନ୍ତି ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ସହକାରୀ ନିର୍ଦେଶକ ଶ୍ରୀ ଧ୍ରୁବଚରଣ ବେହେରା। ଯୁବୋଦୟ ମହାବିଦ୍ୟାଳୟ ସକମା ର ଆର ଆଣ୍ଡ ଡି ବିଭାଗ ରେ ଆୟୋଜିତ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ପାଇଥିବା ଉଭୟ ଓଡିଶା ବୋର୍ଡ଼ ଓ କେନ୍ଦ୍ର ବୋର୍ଡ଼ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ସେ ଏହି କଥା କହିଛନ୍ତି। କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଯୁବୋଦୟ ର ନିର୍ଦେଶକ ଶ୍ରୀ ଅମ୍ବରିଶ ଦାଶ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ହଜାର ହଜାର ବାପା ମା ଙ୍କ ଆଶା ଓ ବିଶ୍ୱାସର ଶିକ୍ଷାନୁଷ୍ଠାନ ହୋଉପାରିଥିବା ଯୁବୋଦୟ ପ୍ରତ୍ୟେକ ବର୍ଷ ସଫଳତା ର ନୂଆଁ କୀର୍ତ୍ତିମାନ ସ୍ଥାପନ କରି ଆଗକୁ ବଢୁଛି। ମେଡିକାଲ, ଇଞ୍ଜିନିଅରିଙ୍ଗ, ଆଇ ଆଇ ଟି, ଏନଆଇ ଟି ରେ ଫ୍ରେଶର ପିଲାଙ୍କ ସଫଳତା ପାଇବା ଆମର ସ୍ୱତନ୍ତ୍ରତା। ମାତ୍ର ଏଥିପାଇଁ ଆମେ ଗୁଣାତ୍ମକ ଶିକ୍ଷା ଦାନରେ କୌଣସି ସାଲିସ କରିନାହୁଁ ବୋଲି ମତ ଦେଇଥିଲେ ।ଏହି ଅବସରରେ + ୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ପାଇଥିବା ଉଭୟ ଓଡିଶା ବୋର୍ଡ଼ ଓ କେନ୍ଦ୍ର ବୋର୍ଡ଼ ର ଶତାଧିକ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ମେଡାଲ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅଧ୍ୟାପକ ସନ୍ଦୀପ କୁମାର କୁଅଁର ସମ୍ବର୍ଦ୍ଧନା ସମାରୋହ କୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.