ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରହ୍ଲାଦ ସହାୟ ମୀନା ଆଇପିଏସ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଦାୟୀତ୍ୱ ନେଲେ। ମାର୍ଚ୍ଚ ୩୧ ତାରିଖରେ ଯତୀନ୍ଦ୍ର କୁମାର ପଣ୍ଡା ଅବସର ନେଲା ପରେ ସାମୟିକ ଭାବେ ସୁନୀଲକାନ୍ତ ମହାନ୍ତି ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଓ ପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍. ଆରକ୍ଷୀ ଅଧୀକ୍ଷକ ହିସାବରେ ଗଜପତି ଜିଲ୍ଲାର ଦାୟୀତ୍ୱ ତୁଲାଉଥିଲେ।ବରଗଡର ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଜିଲ୍ଲା ବଦଳି ହୋଇଥିଲା। ଦାୟୀତ୍ୱ ନେଲା ପରେ ସେ କହିଛନ୍ତି ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଜିଲ୍ଲାର ସମସ୍ତ ପୋଲିସ ବିଭାଗର କର୍ମକର୍ତ୍ତା ନୂଆ ଅଧୀକ୍ଷକଙ୍କୁ ସ୍ୱାଗତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post