ବେଲଗୁଣ୍ଠା, ୨୯/୦୫-(ଶିବରାମ ଚୌଧୁରୀ )-, ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମରେ ଚିକେନ୍ କଟା କାତିରେ ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗାଙ୍ଗପୁର ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମର ଗରିବ ନାଇକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାଇକଙ୍କ ଲିଖିତ ଅଭିଯୋଗ ପ୍ରକାରେ, ତାଙ୍କ ସ୍ୱାମୀ ଗରିବ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଘରକୁ ଆସୁଥିବା ବେଳେ ସାମ୍ନାରେ ଚିକେନ ଦୋକାନ କରିଥିବା ସେହି ଗ୍ରାମର ଦୁଇ ଭାଇ ସୁବଳ ନାଇକ ଓ ସୁଦାମ ନାଇକ ସହିତ ସେମାନଙ୍କର ବାପା ଓ ସ୍ତ୍ରୀ ହଠାତ୍ ଚିକେନ କଟା କାତି ଧରି ଗରିବଙ୍କ ବେକକୁ ହାଣିବା ସମୟରେ ହାତ ଦେଖାଇ ଦେବାରୁ କାତିଟି ଡାହାଣ ହାତରେ ପଡ଼ିଯାଇଥିଲା ।ସେ ସମୟରେ ଗରିବଙ୍କ ମା ମଧ୍ୟ ଛଡ଼ାଇବା ବେଳେ ତାଙ୍କୁ ମଧ୍ୟ ହାଣି ପକାଇ ତଳେ ପକାଇ ଗୋଇଠା ମାରି ଥିଲେ ଏ ପରି କି ଗରିବଙ୍କ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।ଏ ପରି କି ରାଜଲକ୍ଷ୍ମୀ ଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଏତଲାରେ ଦର୍ଶାଇ ଛନ୍ତି । ଆକ୍ରମଣ ସମୟରେ ରାଜନୀତିରେ ବଡଗଡର ସୁନୀଲ ମହାନ୍ତି ଓ ଜାହାଡା ର ରାଜେଶ ସାମଲକୁ ସହଯୋଗ କାହିଁକି କରୁନ ବୋଲି କହି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାରମ୍ବାର ସେହି କଥା ଦୋହରାଇଥିଲେ । ଏହି ସମୟରେ ଗ୍ରାମବାସୀ ଆସିଯିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ ।ଏ ନେଇ ପୋଲିସ ଅଭିଯୋଗ ପ୍ରକାରେ, ଗାଙ୍ଗପୁର ଥାନା ରେ ୨୪୧/୨୬ରେ ଏକ ମାମଲା ରୁଜ୍ଜୁ କରି ଭାରତୀୟ ନ୍ୟାୟ ସଂହିତା ୧୨୫(୨)/୧୧୮(୧)/୧୦୯(୧)/୭୪/୨୯୬/୩୫୧(୨)୩(୫) ଅନୁସାରେ ସୁଦାମ ଓ ସୁବଳକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post