ବେଲଗୁଣ୍ଠା,୨୯/୦୫, -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ପ୍ରଶାସନ ତରଫରୁ ବେଲଗୁଣ୍ଠା ବଜାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି। ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ବରେ ବେଲଗୁଣ୍ଠା ପୋଲିସ ବେଲଗୁଣ୍ଠା ବଜାରରେ ବାରଟି ଦୋକାନରେ ଚଢ଼ାଉ କରି ପାଖାପାଖି ଦୁଇ ବସ୍ତା ଗୁଟଖା ଜବତ କରିବା ସହ ଆଗାମୀ ଦିନରେ ଗୁଟଖା ବିକ୍ରି ନକରିବା ପାଇଁ ଦୋକାନୀ ମାନଙ୍କୁ ତାଗିଦ୍ କରିଥିଲେ। ଏହି ଚଢାଉରେ ତହସିଲଦାର ଶ୍ରୀ ପ୍ରଧାନଙ୍କ ସମେତ ବେଲଗୁଣ୍ଠା ଥାନା ଏଏସ୍ଆଇ ପ୍ରମୋଦ କୁମାର ଚେଟୀ,କନେଷ୍ଟବଳ ରଶ୍ମିତା ଗୌଡ଼,ରବି ଶବର,ସନ୍ତୋଷ କୁମାର ଭୂୟାଁ, ଗୃହରକ୍ଷୀ ଅରୁଣ କୁମାର ଡାକୁଆ,ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ଏହି ଚଢାଉକୁ ଜୋରଦାର କରାଯିବା ସହିତ ଜୋରିମାନା ମଧ୍ୟ ଆଦାୟ କରାଯିବା ବୋଲି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.