ମଳମାସ ପ୍ରଥମ ପୁରୁଷୋତ୍ତମ ଏକାଦଶୀରେ ବୈଦିକ ବ୍ରାହ୍ମଣ ସମାଜ ଦ୍ବାରା ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ

0 1

ଓଡ଼ଗାଁ, ୨୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ମଳମାସର ପ୍ରଥମ ପୁରୁଷୋତ୍ତମ ଏକାଦଶୀ ତିଥିରେ ବୈଦିକ ବ୍ରାହ୍ମଣ ସମାଜ ଦ୍ବାରା ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଦିକ ବ୍ରାହ୍ମଣ ସମାଜ ଓଡ଼ଗାଁ ପକ୍ଷରୁ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରଥମେ ପବିତ୍ର କଳଶ ସ୍ଥାପନା କରାଯାଇ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ବିଧିବଦ୍ଧ ପୂଜାର୍ଚ୍ଚନା ଓ ମନ୍ତ୍ରୋଚ୍ଚାରଣ କରାଯାଇଥିଲା। ପରେ ସମୁହ ଭାବେ ହନୁମାନ ଚାଳିଶା ପାଠ ହୋଇଥିବା ବେଳେ ପରିବେଶ ଭକ୍ତିରସରେ ମୁଖରିତ ହୋଇଉଠିଥିଲା। ପରବର୍ତ୍ତୀ ସମୟରେ ଭଗବଦ୍‌ଗୀତା ପାଠ, ବିଷ୍ଣୁ ସହସ୍ରନାମ, ଦଶାବତାର ସ୍ତୋତ୍ର ଓ ଜଗନ୍ନାଥ ସ୍ତୋତ୍ର ପାଠ ମାଧ୍ୟମରେ ଶ୍ରୀହରିଙ୍କ ମହିମାକୁ ସ୍ମରଣ କରାଯାଇଥିଲା। ଭକ୍ତମାନଙ୍କର ଏକତ୍ର ସ୍ୱରରେ ନାମସଙ୍କୀର୍ତ୍ତନ ଓ ପାଠ ଶ୍ରବଣ କରି ଉପସ୍ଥିତ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶାନ୍ତିର ଅନୁଭୂତି ଲାଭ କରିଥିଲେ।
ବୈଦିକ ବ୍ରାହ୍ମଣ ସମାଜର ସମ୍ପାଦକ ଫକୀର ମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ବ୍ରାହ୍ମଣ ସମାଜ ଗ୍ରାମଣୀ ତଥା ଶ୍ରୀ ରଘୁନାଥ ଜିଉଙ୍କ ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀଙ୍କ ସହ ବିଜୟ କୁମାର ରଥ, ମହେଶ୍ୱର ମହାପାତ୍ର, ରଞ୍ଜନ କୁମାର ଦାଶ, ସାରସ କୁମାର ମିଶ୍ର, ରଶ୍ମି ରଞ୍ଜନ ଷଡ଼ଙ୍ଗୀ, ଶେଷଦେବ ଷଡ଼ଙ୍ଗୀ ଓ ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀଜିଉଙ୍କ ନିକଟରେ ଭୋଗ ଅର୍ପଣ କରାଯାଇ ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା। ଏହି ଭକ୍ତିମୟ ଆୟୋଜନ ମାଧ୍ୟମରେ ସନାତନ ଧର୍ମୀୟ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ସୁନ୍ଦର ପ୍ରତିଫଳନ ଏହି କ୍ରମରେ ଆସନ୍ତା ୧୧ ଜୁନ ୨୦୨୬ ଗୁରୁବାର ପଡୁଥିବା ଦ୍ୱିତୀୟ ପୁରୁଷୋତ୍ତମ ଏକାଦଶୀ ଉତ୍ସବକୁ ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଦଲକ ଗୟଳସିଂହ ମନ୍ଦିର ମଣ୍ଡପରେ ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି।

Leave A Reply

Your email address will not be published.