ପାଟଣାରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ନେଇ ଗଠିତ ମିଡିଆ ହାଉସ।

0 1

କେନ୍ଦୁଝର,ତା୨୫/୫- କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକର ପ୍ରିଣ୍ଟ, ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଭିମାପଡା,କାଂଝାରୀ ନଦୀକୂଳରେ ରବିବାର ନୂତନ ସାମ୍ବାଦିକ ସଂଘ ମିଡିଆ ହାଉସ ପାଟଣା ଗଠିତ ହୋଇଛି। ଆୟୋଜିତ ସଭା ବଶିଷ୍ଠ ଆଇନଜୀବୀ ତଥା ସାମ୍ୱାଦିକ ରାହାସ ବିହାରୀ ପୃଷ୍ଟିଙ୍କ ସଭାପତିତ୍ଵରେ ନୂତନ କମିଟିର କର୍ମକର୍ତ୍ତା ମନୋନୀତ ହେଇଛନ୍ତି। ପରାମର୍ଶଦାତା ଭାବେ ବରିଷ୍ଠ ସାମ୍ୱାଦିକ ଭାବେ ମହେଶ୍ୱର ପୃଷ୍ଟି, ସନ୍ତୋଷ କୁମାର ପତି, ବୀର କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ସଂଜିତ ଚକ୍ର ଓ ସବ୍ୟସାଚୀ ସିଂହ ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ରାହାସ ବିହାରୀ ପୃଷ୍ଟି, ଉପସଭାପତି ଭାବେ ଉମାକାନ୍ତ ମହାନ୍ତ, ଅଞ୍ଜନ କୁମାର ରଣା,ସମ୍ପାଦକ ଭାବେ ସମାବାୟବିତ୍‌ ଦୀନବନ୍ଧୁ ମିଶ୍ର , ସହସଂପାଦକ ଭାବେ ଦଶରଥ ବାରିକ,ବିଜୟ କୁମାର ମହାନ୍ତ, କୋଷାଧ୍ୟକ୍ଷ ଭାବେ ଦୀପକ କୁମାର ଭଞ୍ଜ, ସଂଯୋଜକ ଭାବେ କୈଳାସ ଚନ୍ଦ୍ର ମହାନ୍ତ ପ୍ରମୁଖ ମନୋନୀତ ହୋଇଛନ୍ତି। ସାମ୍ୱାଦିକ ସୁଜିତ କୁମାର ଦାଶ,ବସନ୍ତ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବୈଠକରେ ପାଟଣା ବ୍ଲକ ମୁଖ୍ୟାଳୟରେ ମିଡିଆ ହାଉସର ଏକ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟା, ସହ ସାମ୍ବାଦିକତା ବୃତ୍ତିରେ ସଚ୍ଚୋଟତା,ନିରପେକ୍ଷତା ଓ ସାଧୁତା ଆପଣେଇବାକୁ ଆଲୋଚନା ହୋଇଥିଲା।

Leave A Reply

Your email address will not be published.