ବଲାଙ୍ଗୀର: ଲୋକକଳା ର ସମୃଦ୍ଧ କ୍ଷେତ୍ର ହେଉଛି ବଲାଙ୍ଗୀର। ଅଞ୍ଚଳ ର କଳାକାରମାନେ ସେହି ଲୋକକଳା କୁ ବଞ୍ଚାଇ ରଖିଛନ୍ତି। ଲୋକ କଳା, ସଂସ୍କୃତି, ବାଦ୍ୟ, ନୃତ୍ୟ ଆମକୁ ନୂତନ ଉର୍ଜା ପ୍ରଦାନ କରେ। ଏହି ଉର୍ଜା କ୍ଷେତ୍ର ବଲାଙ୍ଗୀର ର ସ୍ଥିତି ବଜାୟ ରହୁ., କାରଣ ପାରମ୍ପରିକ ଲୋକକଳାହିଁ ଆମର ପରିଚୟ ବୋଲି ଆଜି ବଲାଙ୍ଗୀର ର ଐତିହାସିକ କୋଶଲ କଳାମଣ୍ଡଳ ପଡିଆରେ ଆୟୋଜିତ ନବମ ଲୋକକଳା ଉତ୍ସବ ୨୦୨୬ ର ଦ୍ଵିତୀୟ ଦିନ ସନ୍ଧ୍ୟା ସନ୍ଧ୍ୟାର ସାଂସ୍କୃତିକ ସଭାରେ ଆହ୍ୱାନ ଦେଇଛନ୍ତି ଅତିଥି ମାନେ। ବଲାଙ୍ଗୀର ର ଦୂଲଦୁଲି କଳା ପରିଷଦ ତରଫରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଲୋକକଳା ର ବିଭିନ୍ନ ସ୍ୱରୂପ ପ୍ରଦର୍ଶନ ଅବସରରେ ଏହିମତ ପ୍ରକାଶ ପାଇଛି।
ଦୂଲଦୁଲି କଳା ପରିଷଦ ର ସଭାପତି ଅନନ୍ତ ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବେ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ମୁଖ୍ୟ ପୃଷ୍ଠପୋଷକ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ରସରାଜ ଅଚ୍ୟୁତ ପୁରୋହିତ, ଏନଏସଡିଏନ ରାମଚନ୍ଦ୍ର ସାହୁ,ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବର ଦ୍ଵିତୀୟ ଦିନରେ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ଙ୍କ ପୂଜା ଅର୍ଚନା କରି ସାଂସ୍କୃତିକ ସନ୍ଧ୍ୟା ର ଶୁଭାରମ୍ଭ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳା ର ଅନନ୍ୟ ଶିଳ୍ପୀ କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ଶାଶ୍ୱତ କୁମାର ତ୍ରିପାଠୀ, ଲୋକ ଗୀତ ଶିଳ୍ପୀ କାଳୀ ଚରଣ ବାଗ ଙ୍କୁ ନବମ ଲୋକକଳା ସମ୍ମାନ ରେ ସମ୍ମାନିତ କରିଥିଲେ ଅତିଥି ମାନେ। ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ ସନ୍ଦୀପ କୁମାର କୁଅଁର।ପରେ ପରେ ଅର୍ଜୁନ ସାହୁ, ବୀରେନ୍ଦ୍ର ପାଣ୍ଡେ, ପଙ୍କଜିନୀ ପୋଢ଼, ଲୋପାମୁଦ୍ରା ମିଶ୍ର ଙ୍କ ସଂଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାର ର ବହୁ ସାଂସ୍କୃତିକ ଦଳ ବିହୁ,ଘୁଡକା, ଢାପ, ଛଉ, କଂସ ଦରବାର, ସଂକୀର୍ତନ ଓ ଅନ୍ୟ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଆକାଶବାଣୀ ଓ ଦୂରଦର୍ଶନ କଳାକାର ମାନେ ଲୋକ ସଂଗୀତ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.