( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ସ୍କୁଟି ଚାଳକ ବାପା ଭଗବାନ ଗୌଡ ଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଝିଅ ଶୀବାନି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଭଗବାନ ଗୌଡ ବ୍ରହ୍ମପୁର ସିଡିଏମଓ କାର୍ଯ୍ୟାଳୟର କର୍ମଚାରୀ ଓ ତାଙ୍କ ଝିଅ ଶୀବାନି ନର୍ସିଂ ଛାତ୍ରୀ।ଉଭୟେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଏକ ଦୃତଗାମୀ କାର୍ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡ଼ାକ୍ତର ଭଗବାନ କୁ ମୃତ ଘୋଷଣା କରିଥିଲେ। ଏନେଇ ଗୋଳନ୍ଥରା ଥାନା ରେ ଏତେଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.