କୁଚିଣ୍ଡା/ଜମନକିରା : (ଅଜୟ କୁମାର ବାଘ /ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି କଦଳୀପାଲ ଜମି ବିବାଦୀୟ ଘଟଣା କୁ କେନ୍ଦ୍ର କରି ୨୧ ତାରିଖ ଦୁଇ ଜଣଙ୍କ ମଧ୍ୟରେ ମାରାତ୍ମକ ଆକ୍ରମଣ ହୋଇଥିବା ବେଳେ ଆଜି ଜମନକିରା ପୋଲିସ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣକୁ ଚିକିତ୍ସା ପରେ ଆଇନଗତ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ଥାନା ଅଧିକାରୀ ରଞ୍ଜନ ନାଗ ସୂଚନା ଦେଇଛନ୍ତି l ସୂଚନା ଅନୁଯାଇ ଗୌଡ଼ପାଲି ଫାଣ୍ଡି ନିକଟସ୍ତ କଦଳୀପାଲ ଗ୍ରାମରେ ଗୁରୁବାର ୧୧. ୩୦ ଟା ସମୟରେ ଗ୍ରାମର ବିକାଶ କୁମାର ନାୟକ ଏବଂ ଗୋବର୍ଦ୍ଧନ ଭୋଇଙ୍କ ମଧ୍ୟରେ ଏକ ଜମି ବିବାଦ ସୃଷ୍ଟି ହୋଇଥିଲା l ଏହି ସ୍ଥାନରେ ହଠାତ ଉତ୍ତେଜନା ପ୍ରକାଶ ପାଇବାରୁ ବିକାଶ କୁମାର ନାୟକ ଗୋବର୍ଦ୍ଧନ ଭୋଇ ଙ୍କୁ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରୁଥିଲେ l ସେହିଭଳି ଗୋବର୍ଦ୍ଧନ ଭୋଇ ମଧ୍ୟ ଟାଙ୍ଗିଆ ମାଧ୍ୟମରେ ବିକାଶ କୁମାର ନୟକୁଙ୍କୁ ଆକ୍ରମଣ କରିଥିଲେ l ଉଭୟ ଆହତ ହୋଇଥିବା ବେଳେ ଏହି ଘଟଣା କୁ ଭିତ୍ତି କରି ଦୁଇଟି ମାମଲା ଯଥା ଜମନକିରା ପି ଏସ କେସ ନମ୍ବର ୧୦୧/୨୦୨୬ ଏବଂ ୧୦୨/୨୦୨୬ ରେ ପରସ୍ପର ବିରୁଦ୍ଧରେ ମାମଲା ରଜୁ ହୋଇଛି l ଆଜି ବିକାଶ କୁମାର ନାୟକ ଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି l ଗୋବର୍ଦ୍ଧନ ଭୋଇ ଚିକତ୍ସିତ ହେଉଥିବା ବେଳେ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଵା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l
Sign in
Sign in
Recover your password.
A password will be e-mailed to you.
Prev Post
ଟ୍ରିବୁନାଲରେ ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କିତ ଦାଖଲ ହୋଇଥିବା ବିଭ୍ରାନ୍ତିକର ତଥ୍ୟର ପୁନର୍ବିଚାର ପାଇଁ ଦାବି l
Next Post