ପାଇକମାଲ ରେ ବିଜେଡିର “ନାରୀ ଅଧିକାର ଅଭିଯାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ।

0 1

ପଦ୍ମପୁର:- ପଦ୍ମପୁର ବିଜୁ ମହିଳା ଜନତା ଦଳ ପକ୍ଷରୁ ପାଇକମାଳ ଠାରେ “ନାରୀ ଅଧିକାର ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନରେ ବିଫଳତା ଏବଂ ଦେଶରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଘଟଣାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣି ବିଜେପି ସରକାର ବିରୋଧରେ ମହିଳା ନେତୃବୃନ୍ଦ ଜୋରଦାର ପ୍ରତିବାଦ କରିଥିଲେ।ସକାଳେ ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳାରେ ବହୁ ସଂଖ୍ୟକ ମହିଳା କର୍ମୀ ଓ ନେତୃବୃନ୍ଦ ଏକାଠି ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପାଇକମାଳ ମୁଖ୍ୟ ରାସ୍ତା ପରିକ୍ରମା କରି ବିଡ଼ିଓ କାର୍ଯ୍ୟାଳୟ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ମହିଳାମାନେ ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦ୍ର ସରକାରଙ୍କ ନୀତି ଓ ମହିଳା ସୁରକ୍ଷା ପ୍ରତି ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ପରେ ପ୍ରତିନିଧି ଦଳ ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଶୀଘ୍ର କାର୍ଯ୍ୟକରୀ କରିବା, ଦେଶରେ ବଢୁଥିବା ନାରୀ ନିର୍ଯାତନା, ଦୁଷ୍କର୍ମ ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣାରେ କଠୋର ପଦକ୍ଷେପ ନେବା ସହ ମହିଳା ସୁରକ୍ଷାକୁ ସୁନିଶ୍ଚିତ କରିବା ଦାବି କରାଯାଇଥିଲା । ଏହାପରେ ପାଇକମାଳ ହାଇସ୍କୁଲ ପଡିଆ ରେ ଆୟୋଜିତ ମହିଳା ସମାବେଶରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ରିତା ସାହୁ, ପୂର୍ବତନ ବିଧାୟକ, ଦେବେଶ ଆଚାର୍ଯ୍ୟ, ଜିଲ୍ଲାସଭାପତି ସୁଶାନ୍ତ ମହାପାତ୍ର, ବରଗଡ ଏନ ଏସ ସି ଅଧ୍ୟକ୍ଷା କଳ୍ପନା ମାଝୀ, ପାଇକମାଳ ବ୍ଲକ ଅଧ୍ୟକ୍ଷ। ଭାବନା ସିଂ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷ। ଲିପ୍ସା ପ୍ରଧାନ, ପାଇକମାଳ ବ୍ଲକ ସଭାନେତ୍ରୀ ବନିତା ମହାନନ୍ଦ, ପଦ୍ମପୁର ବ୍ଲକ ସଭାନେତ୍ରୀ ସାବିତ୍ରୀ ଚାନ୍ଦ, ଜିଲ୍ଲାପରିଷଦ ସଭ୍ୟ ପଦ୍ମପୁର ପୁର୍ଣିମା ରଣା, କାଂଶଡା ସଭାନେତ୍ରୀ ସୌଦାମିନୀ ତ୍ରିପାଠୀ, ପାଇକମାଳ ବ୍ଲକ ସଭାପତି ବିଜୟ ସ୍ୱାଇଁ, ଉପସଭାପତି ଟାଇଲ ଭୋଇ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ଗୌତମ ସିଂ, ସୁଶାନ୍ତ ମିଶ୍ର,ପ୍ରମୁଖ ଅତିଥି ମାନେ ଯୋଗ ଦେଇ ନିଜସ୍ୱ ଅଭିଭାଷଣ ରଖି ଥିବାବେଳେ ସଭା ପରିଚାଳନା ଗୁଡ଼ିଆ ସାହୁ କରିଥିଲେ ।

ବକ୍ତାମାନେ କହିଥିଲେ ଯେ, ଦେଶର ଅର୍ଦ୍ଧାଙ୍ଗୀ ନାରୀମାନେ ଆଜି ବି ନିଜ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି। ମହିଳାଙ୍କୁ ସମାନ ସୁଯୋଗ ଓ ସମ୍ମାନ ଦେବା ସହ ସମାଜରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ସେମାନେ କହିଥିଲେ ଯେ, ମହିଳା ସଶକ୍ତିକରଣ କେବଳ ନାରାରେ ସୀମିତ ନ ରହି ବାସ୍ତବରେ କାର୍ଯ୍ୟକାରୀ ହେବା ଦରକାର।ଏହି କାର୍ଯ୍ୟକ୍ରମରେ ପଦ୍ମପୁର, ପାଇକମାଳ, ଝରବନ୍ଧ ଅଞ୍ଚଳର ବହୁ ମହିଳା ନେତ୍ରୀ, ସ୍ଥାନୀୟ ବିଜେଡି କର୍ମୀ ଓ ଶତାଧିକ ମହିଳା ଯୋଗଦେଇଥିଲେ।

Leave A Reply

Your email address will not be published.