ଭାରତୀୟ ବାୟୁସେନା ନିଯୁକ୍ତି ରାଲି ରେ ୧୩୦ ଜଣ ଯୁବକ କୃତକାର୍ଯ୍ୟ

0

ବାରିପଦା(ଦିଲ୍ଲୀପ ମହାନ୍ତି)- ଭାରତୀୟ ବାୟୁସେନା ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖ ଠାରୁ ଚଳିତ ମାର୍ଛ ମାସ ୩ ତାରିଖ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରିପଦା ପୁଲିସ ଲାଇନ ପଡ଼ିଆଠାରେ ଆୟୋଜିତ ନିଯୁକ୍ତି ରାଲିରେ ରାଜ୍ୟର ୩୦ଟି ଜିଲାରୁ ଦୁଇଗୋଟି ପର୍ଯ୍ୟାୟରେ ୯୦୦ରୁ ଅଧିକ ଯୁବକ ଯୋଗ ଦେଇଥିଲେ । ବାୟୁସେନା ନିଯୁକ୍ତି ନିମନ୍ତେ ରହିଥିବା ସର୍ତ୍ତ ଓ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ରାଲିରେ ଯୋଗ ଦେବାକୁ ଆସିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୩୦ ଜଣ ପ୍ରାର୍ଥୀ ସପଳତା ହାସଲ କିରିଥିଲେ । ଏହି ପ୍ରାର୍ଥୀମାନଙ୍କର ମେଡିକାଲ ଟେଷ୍ଟ ଆସନ୍ତା ଜୁଲାଇ ମାସରେ ପଶ୍ଚିମବଙ୍ଗ ରାଜ୍ୟ କଲେଇକୁଣ୍ଡା ବାୟୁସେନା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏହି ଅବସରରେ ଚୟନ ପ୍ରକ୍ରିୟାର ଅନ୍ତିମ ଦିବସର ପୂର୍ବାହ୍ନରେ ସ୍ଥାନୀୟ ଇନଡୋର ହଲଠାରେ ଜିଲା ନିୟୋଜନ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଉଦ୍ୟାପନୀ ସମାରୋହରେ ଭୂବନେଶ୍ୱର ଭାରତୀୟ ବାୟୁସେନା ଏୟାରମ୍ୟାନ ସିଲେକସନ ସେଣ୍ଟର କମାଣ୍ଡିଙ୍ଗ ଅଫିସର ଜି ଏନ ସତିଶ ଅଧ୍ୟକ୍ଷତା କରିଥିବା ସମୟରେ ମୟୂରଭଞ୍ଜ ଜିଲାପାଳ ମୟୁରଭଞ ବିନୀତ ଭରଦ୍ୱାଜ , ଅତିରିକ୍ତ ଜିଲାପାଳ ଆବୁଲୀ ସୁନାଲୀ ନରୱାଣେ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉକ୍ତ ଚୟନ ପ୍ରକ୍ରିୟା ଜିଲାରେ ସଫଳତା ସହିତ ଅନୁଷ୍ଠିତ  ହୋଇଥିବାରୁ ବାୟୁସେନାର ସମସ୍ତ ପଦାଧିକାରୀ ଏବଂ ଜିଲା ପ୍ରଶାସନର ସଂପୃକ୍ତ ପଦାଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରକାଶ ଥାଉକି, ଚୟନ ପ୍ରକ୍ରିୟାରେ ମୟୁରଭଞ ଜିଲାରୁ ଅଂଶ ଗ୍ରହଣ କରିଥିବା ୧୦୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ କୃତକାର୍ଯ୍ୟ ହୋଇଥିବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ସେହିପରି ପରବର୍ତ୍ତି ସମୟରେ ଜିଲାରେ ଏହିପରି ଚୟନ ପ୍ରକ୍ରିୟା ଆୟୋଜନ କରିବାକୁ ବାୟୁସେନାର ଅଧିକାରୀମାନଙ୍କର ସହଯୋଗ କାମନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ବିଜନ କୁମାର ଥମ୍ବ , ପିଡି ଆରଆର ଓ ଏସଆଇପି ବିବେକାନନ୍ଦ ସାହୁ , ଡିସିପିଓ ମମତାମୟୀ ବିଶ୍ୱାଳ , ଜିଲା କ୍ରିଡା ଅଧିକାରୀ ପ୍ରଦୀପ ବେହେରା , ଜିଲା କ୍ରୀଡା ଛାତ୍ରାବାସର କୋଚ ଭଜରାଜ ମାହପାତ୍ର ପ୍ରମୁଖ ଯୋଗଦେଇଥିଲେ । ଜିଲା ନିୟୋଜନ ଅଧିକାରୀ ମୟୁରଭଞ ବିଜୟ କୁମାର ପାତ୍ର , ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ  ସମେତ ସଂପୃକ୍ତ ବିଭାଗର କର୍ମଚାରୀମାନେ  ନିଯୁକ୍ତି ରାଲି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.