ରେଇନିକ୍ତିମାଲ ଗାଧୁଆ ବନ୍ଧରୁ କେହି ଦୁର୍ବୁର୍ତ୍ତ ହିଡ଼ ଭାଙ୍ଗି ପାଣି ଛାଡିଦେଲେ; ଲୋକେ ଗାଧୋଇବା ପାଣି ପାଇଁ ହାହାକାର
କୁଚିଣ୍ଡା, ୨୧।୫ (ଅଜୟ କୁମାର ବାଘ ) ଚଳିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଧରାପୃଷ୍ଟ ଅତ୍ୟନ୍ତ ଉତ୍ତପ୍ତ ରହୁଥିବା ବେଳେ ମନୁଷ୍ୟ ଠୁ ଧରି ଜୀବଜନ୍ତୁ, ପକ୍ଷୀ ସମସ୍ତେ ଗ୍ରୀଷ୍ମ ଯୋଗୁଁ ଅତିଷ୍ଟ l ଜଳ ଟୋପାଏ ପାଇଁ ସମସ୍ତେ ନାଁନା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ କେତେକ ସ୍ଥାନରେ ରାଜା ଶାସନ ଚାଲୁଥିବା ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ଅନ୍ତର୍ଗତ ତୁରେଇନିକ୍ତିମାଲ ଗ୍ରାମର ୪ ନମ୍ବର ୱାର୍ଡରେ ଏବେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି ସରପଞ୍ଚଙ୍କ ଜାଣତରେ କେହି ଜଣେ ଦୁର୍ବୁତ୍ତ ଗାଧୋଇବା ପୋଖରୀର ପାଣିକୁ ଜେସିବି ସାହାଯ୍ୟରେ ହିଡ଼ ଭାଙ୍ଗି ପାଣିକୁ ବାହାର କରିଦିଆଯାଇଛି l ବର୍ତ୍ତମାନ ୪୦ ରୁ ୪୫% ତାପମାତ୍ରା ରହୁଥିବା ବେଳେ ଅଞ୍ଚଳରେ ପାଣି ହ୍ରାସ ପାଇବାକୁ ବସିଛି l ଦୂରଦୂରାନ୍ତର ପାଣି ସୁଖୀ ଯାଉଥିବା ବେଳେ ଏହି ଗ୍ରାମବାସୀଙ୍କ ଗାଧୋଇବା ଠୁ ଧରି ଲୁଗାପଟା ସଫା କରିବା ପାଇଁ ଏହି ଗୋଟିଏ ପୋଖରୀ ହିଁ ଭରସା ରହିଥିଲା l ଏବେ ଗ୍ରାମବାସୀ ୩ ରୁ ୪ କିମି ଯାଇ ଗାଧୋଇବାକୁ ପଡୁଛି l ବିଶେଷ କରି ଏହି ଟାଣ ଖରା ସମୟରେ ବୃଦ୍ଧ, ବୃଦ୍ଧା ଓ ଶିଶୁ ମାନଙ୍କୁ ଖରା ରେ ଯିବା ଆସିବା କରିବା ଅଂଶୁଘାତର ଆଗମନ ବୋଲି ଗ୍ରାମବାସୀ କହିଛନ୍ତି l ଏହାକୁ ନେଇ ଗ୍ରାମବାସୀ ପୋଖରୀ କୁ କିଏ କାଟିଛି କହି ସରପଞ୍ଚ ଙ୍କୁ ପଚାରିବାରୁ ସରପଞ୍ଚ ଉତ୍ତର ଥିଲା ପୋଖରୀ ର ଉନ୍ନତି କରଣ କାର୍ଯ୍ୟ ହେବ ସେଥିପାଇଁ ଏହାର ହିଡ଼ ଭଙ୍ଗା ଯାଇ ପାଣି ନିଷ୍କାସନ କରାଯାଇଛି l ଲୋକଙ୍କ କହିବା ଅନୁସାରେ ଏହା ହେଉଛି ରାଜା ଅମଳର ଶାସନ ସେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି l ଲୋକଙ୍କ ଅଭିଯୋଗ ମୋତେ ପ୍ରଥମେ ଗ୍ରାମବାସୀଙ୍କୁ ଏଠି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ଅବଗତ କରାଯାଇ ଅନ୍ୟ ସ୍ଥାନରେ ପାଣି ର ସୁବିଧା କରାଇ ଏହାର କାର୍ଯ୍ୟ କରିବା କଥା କିନ୍ତୁ ସେ ଏକ ଛତ୍ରବାଦ ଶାସନ ଚଳାଇଛନ୍ତି l ଯାହା ଫଳରେ ଏବେ ପାଣି ପାଇଁ ଗ୍ରାମବାସୀ ହଇରାଣ ହେଉଥିବାର ଅଭିଯୋଗ ଆଣିଛନ୍ତି । ସରପଞ୍ଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ଓ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।