ସୁନୀଲ କୁମାର ଦାଶ ଙ୍କ ୬୫ ତମ ଜନ୍ମତିଥି ରେ ଏଥର ସମ୍ଭାଳ ସାପ୍ତାହିକ ପତ୍ରିକା ଉନ୍ମୋଚିତ l

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୨୦/୫/୨୬ ଶିକ୍ଷକ ନେତା ତଥା ସାମ୍ବାଦିକଙ୍କ ପିତାମହ ଭୀଷ୍ମ କୁହାଯାଉଥିବା ସ୍ୱ. ସୁନୀଲ କୁମାର ଦାଶ ଙ୍କ ୬୫ ତମ ପୁଣ୍ୟ ତିଥିରେ ଚଳିତ ବର୍ଷ ର ସୁନୀଲ ମୋମରିଆଲ ଚାରିଟେବଲ ଫାଉଣ୍ଡେସନ ଏବଂ ସୁନୀଲ ଦାଶ ସ୍ମୃତି କମିଟି ତରଫରୁ ସଭା କାର୍ଯ୍ୟ ସ୍ଥାନୀୟ ଶ୍ରୀନିବାସ ନଗର ଠାରେ ଆୟୋଜିତ ହୋଇଛି l  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର୍, ମୁଖ୍ୟ ବକ୍ତା ଭାବେ ଗାନ୍ଧୀ ଯାନ୍ତ୍ରିକ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଗୁଣପୁର ପୌର ପରିଷଦ ର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ପରିଷଦ ର ସଦସ୍ୟ ଶ୍ରୀ ୱାଇ. ଗଣପତି ରାଓ, ବିଜୟ କେତନ ଖବର କାଗଜର ସମ୍ପାଦକ ଶ୍ରୀ ନୃସିଂହ ପ୍ରସାଦ ପାଢି, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ପ୍ରମୂଖ ଉପସ୍ଥିତ ଥିଲେ l ସ୍ୱ ସୁନୀଲ ଦାଶ ଙ୍କ ଦ୍ଵାରା ପ୍ରତିଷ୍ଠିତ ସମାଲୋଚନl ମୂଳକ ସାପ୍ତାହିକ ପତ୍ରିକା ଏଥର ସମ୍ଭାଳ ର କେନ୍ଦ୍ର ଆର ଏନ ଆଇ ପଞ୍ଜିକରଣ ପରେ ଏହାର ଉନ୍ମୋଚନ କାରଯାଇଛି l ଏହି ଅବସରରେ ଶିକ୍ଷକ ଭାବେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ନୀଳମାଧବ ପାଢୀ, ଶ୍ରୀ ପ୍ରଫୁଲ୍ଲ କୁମାର ରାଜୁଗୁରୁ,, ଶ୍ରୀ ସୁଭାଷ ଚନ୍ଦ୍ର ଶବର ସମ୍ବର୍ଦ୍ଧିତ କରାଯାଇଥିବା ବେଳେ , ସାମ୍ୱାଦିକ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ସୋମେଶ୍ଵର ରାଓ, ଶ୍ରୀ ଜଗନ୍ନାଥ ମିଶ୍ର, ଶ୍ରୀ ବାଦଲ କୁମାର ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ସାମ୍ବାଦିକତା କ୍ଷେତ୍ର ରେ ଶ୍ରୀ ଦାଶ ଙ୍କ ଉଦ୍ୟମ କୁ ଉପସ୍ଥିତ ଅତିଥି ମାନେ ସାଧୁବାଦ ଜଣାଇ ଥିବା ବେଳେ ତାଙ୍କ ପ୍ରତିଷ୍ଠିତ ଖବର କାଗଜ ସମାଜ ରେ ଅନୁଶାସନତା, ପ୍ରଶାସନିକ ସ୍ୱଚ୍ଛତା ଓ ପ୍ରାମାଣିକତା ଆଣିବା ରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ଆଇନ୍ ଜୀବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ସ୍ୱାଗତ ଜାଣଇ ଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ପ୍ରଶାନ୍ତ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁନୀଲ ଦାଶ ସ୍ମୃତି କମିଟି ର ସଦସ୍ୟ ବୃନ୍ଦ ସୂଚାରୁ ରୂପେ ପାଳନ କରିଥିଲେ।

Leave A Reply

Your email address will not be published.