ଅଖିଲ ଅଘରିଆ ସମାଜର ବୈଠକ

0 2

 କୋଲାବିରା: କୋଲାବିରା ବ୍ଳକ ଭାଲୁମାଲ ଶିବ ମନ୍ଦିର ମଣ୍ଡପରେ ଅଖିଳ ଅଘରିଆ ସମାଜ ଆଞ୍ଚଳିକ ଲଇଡ଼ା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ଲଇଡ଼ା ସଭାପତି ବିନୟ ଚୌଧୁରୀଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ସମାଜର ସାମଗ୍ରିକ ବିକାଶ, ପରମ୍ପରା, ସମାଜର ରୀତିନିତି, ନିୟମ ପାଳନ, ଅନ୍ୟ ଜାତି ବିବାହ ବିଷୟରେ ଆଲୋଚନା ସହ ଗତ ଫେବୁୟାରୀ ମାସରେ ତାଲମୁଣ୍ଡାରେ ହୋଇଥିବା ୧୧ତମ ପ୍ରାଦେଶିକ ମହାସମ୍ମିଳନୀ ସଭାର ଆୟ ବ୍ୟୟ ସମସ୍ତଙ୍କୁ ଅବଗତ କରାଯାଇଥିଲା। ବୈଠକରେ ଉପଦେଷ୍ଟା ନରେଶ ନାଏକ, ଚେତାନନ୍ଦ ପଟେଲ, କେନ୍ଦ୍ର ସମ୍ପାଦକ ସନାତନ ନାଏକ, ଉପ ସଭାପତି ଅଶୋକ ପଟେଲ, ଯୁବ ସଭାପତି ପିତବାସ ପଟେଲ,ନାରୀ ନେତ୍ରୀ ରୀନା ପଟେଲ, ସମା ସିଂହା ମଣ୍ଡଳ ସଭାପତି ବିନୋଦ ପଟେଲ, ଗାଙ୍ଗପୁର ଆଞ୍ଚଳିକ ଉପଦେଷ୍ଟା ପ୍ୟାରିମୋହନ ପଟେଲ ସହ ସମସ୍ତ ଗୁଡି,ମଣ୍ଡଳ, ଆଞ୍ଚଳିକ ସମିତିର ସଭାପତି, ସମ୍ପାଦକ, ସଭ୍ୟ ମାନେ ଉପସ୍ଥିତ ଥିଲେ। ପାଇକପଡ଼ା ଗୁଡ଼ିର ସଭାପତି ହର ନାଏକ ଅନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.