ଓଡ଼ିଶା ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଘୋଷିତ

0 2

ନବରଙ୍ଗପୁର: 17/05/2026,ଅଶୋକ ସାହୁ,ଓଡ଼ିଶା ଫୁଟବଲ୍ ସଂଘ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଫୁଟବଲ୍ ପ୍ରତିଯୋଗିତା- ୨୦୨୬ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା କରାଯାଇଛି। ରଜନୀ ଗଣ୍ଡ ଙ୍କ ନେତୃତ୍ୱରେ ଏକ ୨୨ ଜଣିଆ ଦଳ ଘୋଷଣା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ତୁଲସା ଭତ୍ରା, ବର୍ଷା ପଣ୍ଡା, ଭାରତୀ ଗଣ୍ଡ, କାମେଲେଶ୍ୱରି ପାଙ୍ଗି, କୁଜାନ୍ତି ପୂଜାରୀ, ପୁଷ୍ପାଞ୍ଜଳି ହନ୍ତାଁଳ, ରଶ୍ମିତା ଗଣ୍ଡ, ଶାନ୍ତି ଗଣ୍ଡ, ଯଜ୍ଞାଶ୍ରୀ ହରିଜନ, ଅଞ୍ଜୁଲତା ଖରା, ବର୍ଷା ପ୍ରୟଦର୍ଶିନୀ ଜେନା, ଦିଶା ହୀରା, ଗାୟତ୍ରୀ ସାହୁ, ସଂସାଇ ଗଣ୍ଡ , ମନାଲି ସାହୁ, ରିଙ୍କି ପୁହାଣ, ସୁରମା ମଲିକ୍, ସନାଲି ବିଶ୍ୱାସ, ଅନିତା ସ୍ୱାଇଁ ପ୍ରମୁଖ ସ୍ଥାନ ପାଇଛନ୍ତି। ଉକ୍ତ ଦଳ ସହ କୋଚ୍ ଭାବେ ହରି ସାନ୍ତା ଏବଂ ମ୍ୟାନେଜର ଭାବେ ମନୀଷା ପଲେଇ ଗସ୍ତ କରିବେ ବୋଲି ଉକ୍ତ ଦଳର ପ୍ରଶିକ୍ଷକ କ୍ରୀଡା ଶିକ୍ଷକ ସପନ ବୈରାଗୀ ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗ୍ରୁପ କରାଯାଇଛି। ଏହି ଟୁର୍ଣ୍ଣାମଣ୍ଟରେ ସର୍ବମୋଟ ୧୨ ଦଳ ଅଂଶ ଗ୍ରହଣ କରୁଥିବା ବେଳେ ନବରଙ୍ଗପୁର ଦଳ ଗ୍ରୁପ ବି ରେ ସ୍ଥାନ ପାଇଛି ଏବଂ ଆସନ୍ତା ୧୯ ତାରିଖରେ ଆରମ୍ଭ ହେବାକୁ ଥିବା ଉଦ୍ଘାଟନୀ ମ୍ୟାଚରେ ନବରଙ୍ଗପୁର ଜିଲ୍ଲା ଦଳ ଗଞ୍ଜାମ ଜିଲ୍ଲା କୁ ଭେଟିବ। ଦଳ ର ସଫଳତା ନିମନ୍ତେ ମାନ୍ୟବର କେବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ଜିଲ୍ଲା କ୍ରୀଡା ସଂଘର ସଭାପତି ତଥା ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ , ଉପ ସଭାପତି ଏମ.ବାଲା କୃଷ୍ଣ ରାଓ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଇଣ୍ଡୋର ସମ୍ପାଦକ କୃଷ୍ଣ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍, ମହିଳା ସମ୍ପାଦିକା ଇଁ. ଚନ୍ଦନା ମଲ୍ଲିକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି।

Leave A Reply

Your email address will not be published.