୪ ବର୍ଷର ଛୁଆକୁ ନେଇ ମା’ ନିଖୋଜ

0 2

ଓଡ଼ଗାଁ ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରବିଗାଡ଼ିଆ ପଞ୍ଚାୟତ ଅଞ୍ଚଳରୁ ଜନୈକ ମା’ ତାର ୪ ବର୍ଷର ଛୁଆକୁ ନେଇ ବାପଘରୁ କେଉଁଆଡ଼େ ନିଖୋଜ ହୋଇଥିବା ନେଇ ମହିଳାଙ୍କ ବାପଘର ତରଫରୁ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ଗାଁରେ ବିବାହ କରିଥିବା ମହିଳା ଜଣକ ଏଇ କିଛିଦିନ ହେଲା ବାପଘରକୁ ଆସିଥିଲେ। ୨୬ ବର୍ଷିୟ ମହିଳା ଜଣକ ତାଙ୍କର ୪ ବର୍ଷର ଝିଅକୁ ନେଇ ଚାଲିଥିବା ପରେ ପରିବାର ଲୋକେ ବନ୍ଧୁ ବାନ୍ଧବ ଘର ସହିତ ଅନେକ ସ୍ଥାନରେ ଖୋଜିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଓଡ଼ିଆ ପୋଲିସ ଅନୁସନ୍ଧାନ ଜାରୀ ରଖିଛନ୍ତି।

Leave A Reply

Your email address will not be published.