ବାଲେଶ୍ଵର: ବାଲେଶ୍ଵର ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ଚିତ୍ତ ସାହୁଙ୍କ ସ୍ମୃତିଚାରଣ ସଭା ବାଲେଶ୍ଵର ସାମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବାଲେଶ୍ଵର ବାର ଏଶୋସିଏସନର ସଭାପତି ମନୋଜ ନାୟକ ଯୋଗଦେଇ ସ୍ୱର୍ଗତ ଚିତ୍ତ ସାହୁଙ୍କ ସ୍ମୃତିଚାରଣ କରି କହିଥିଲେ ସେ ଏଭଳି ଜଣେ ସାମ୍ବାଦିକ ଥିଲେ ଯାହାଙ୍କ ପଛରେ ସମ୍ବାଦ ଗୋଡାଉ ଥିଲା।ସେ ସମ୍ବାଦ ପଛରେ ଗୋଡ଼ାଇବା ଅଥବା ସାଲିସ କରି ସମ୍ବାଦ ପରିବେଷଣ କରିବା କେବେ ନଜରକୁ ଆସିନାହିଁ। ସେହିଭଳି ବାଲେଶ୍ଵର ସମାଜ ଖବରକାଗଜର ମୁଖ୍ୟ କୁଳମଣି ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ସ୍ତୁତି କମିଟିର ଏଭଳି ପ୍ରୟାସ ଦିନେ ଓଡ଼ିଶାକୁ ନୂଆ ରାସ୍ତା ଦେଖାଇବ। ସାମ୍ବାଦିକ ଜଣେ ମହମ ବତୀ ହେବା ଦରକାର କାରଣ ସେ ନିଜେ ଜଳିବ ମାତ୍ର ସମାଜକୁ ଆଲୋକ ପ୍ରଦାନ କରିବ।ମାତ୍ର ସେ ଧୁପ ହେବା ଉଚିତ ନୁହେଁ।କାରଣ ସେ ଧୂପ ହେଲେ ପଦ ବନ୍ଦନ କରିବ ତୋଷାମଦକାରୀ ହେଇଜିବ। ସେହିପରି ଧ୍ୱନି ପ୍ରତିଧ୍ୱନିର ସମ୍ପାଦକ ସୃଷ୍ଟିଧର ପରିଡ଼ା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ମୃତିଚାରଣ କରିବା ସହିତ ସ୍ତୁତି କମିଟି କିଭଳି ଭାବରେ ଆଗକୁ ଆହୁରି ମଜବୁତ ସହକାରେ ସମସ୍ତ ସାମ୍ବାଦିକ ଭାଇମାନଙ୍କ ସୁଖ ଦୁଃଖରେ ଠିଆ ହୋଇପାରିବ ପରାମର୍ଶ ଦେଇଥିଲେ।ପ୍ରେସ ଇମ୍ପ୍ରେସ ମିଡିଆର ସଭାପତି ଉଜ୍ବଳ କର ମହୋଦୟ ଯୋଗଦେଇ ସ୍ମୃତିଚାରଣ କରିବା ସହ କୈଣଶୀ ପରିସ୍ଥିତିରେ ସାମ୍ବାଦିକ ଖବର ସହିତ ସାଲିସ କରିବା ଉଚିତ ହେବନାହିଁ ବୋଲି ମତ ବ୍ୟକ୍ତ କରିଥିଲେ।ଏହି ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟ, ଭଗବାନ ଦାସ,ପ୍ରସ୍ନଜିତ ଆସ,ତପନ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା,ଅଭୟ ଦାଶ, ସୁରେନ୍ଦ୍ର ଜେନା,ହିତ୍ରିକ ଦାସ, ଗଣେଶ୍ୱର ରାଉତ, ସୁଦିପ୍ତ ମହାନ୍ତି, ସୁବ୍ରତ କୁମାର ଦାସ,ମନୋଜ କୁମାର ବିଶ୍ୱାଳ ପ୍ରମୁଖ ସାମ୍ବାଦିକ ଯୋଗଦାନ କରି ସ୍ମୁତିଚାରଣ କରିଥିଲେ। ସର୍ବଶେଷରେ ଭଗବାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.