ବେଲଗୁଣ୍ଠା,୧୦/୫, -(ଶିବରାମ ଚୌଧୁରୀ )-ଅବସରପ୍ରାପ୍ତ ପୋଲିସ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କର ଗତ ରାତ୍ରରେ ହୃଦଘାତରେ ତାଙ୍କର ଭଞ୍ଜନଗର କଳିଙ୍ଗନଗର ସ୍ଥିତ ଦ୍ଵିତୀୟ ଲାଇନ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୪ ବର୍ଷ ବୟସ ହୋଇଥିଲା। ଅବସର ବେଳକୁ ସେ ଭଞ୍ଜନଗର କୋର୍ଟରେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ। ଏଥି ପୂର୍ବରୁ ସେ ବୁଗୁଡ଼ା କୋର୍ଟ, ଗାଙ୍ଗପୁର ଥାନା, ପୋଲସରା ଥାନାରେ କାର୍ଯ୍ୟକରି ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ସବୁଠି ପ୍ରଶଂସିତ ହୋଇଥିଲେ। ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ସେ ସବୁଠି ପ୍ରଶଂସାର ପାତ୍ର ହୋଇପାରିଥିଲେ। ୧୯୬୩ ମସିହାରେ ଭଞ୍ଜନଗର ନିକଟସ୍ଥ ଧୂଆଁଛାଇ ଗ୍ରାମରେ ଜନ୍ମିତ ସ୍ବର୍ଗତ
ପଣ୍ଡା ପୋଲିସ ଚାକିରୀରେ ନିଯୁକ୍ତି ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ମୃତ୍ୟୁରେ ଭଞ୍ଜନଗର, ଗାଙ୍ଗପୁର, ବୁଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ପଣ୍ଡାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ସେ ସବୁଦିନ ରାତ୍ର ସାଢେ଼ ତିନିଟାରୁ ଉଠି ନିତ୍ୟକର୍ମ ସାରି ମର୍ଣିଂ ୱାକ୍ ରେ ଯାଉଥିଲେ। ପ୍ରତିଦିନ ଭଳି ସେ ରବିବାର ରାତି ସାଢେ଼ ଦଶଟାରେ ଖାଇପିଇ ସୋଇଥିଲେ I କିନ୍ତୁ ଆଜି ଭୋର୍ ସାଢେ଼ ଚାରିଟା ପର୍ଯ୍ୟନ୍ତ ସେ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆଉ ଉଠି ନଥିଲେ। ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ତାଙ୍କର କିଛି ସ୍ବାସ୍ଥ୍ୟ ସମସ୍ୟା ନଥିବାରୁ ତାଙ୍କର ହଠାତ୍ ହୃଦଘାତରେ ପରଲୋକ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ,ପୁଅ ଦେବାଶିଷ,ବୋହୂ,ଝିଅ ଝରଣା,ଜ୍ବାଇଁ, ନାତି,ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ନିଜ ଗ୍ରାମ ଧୂଆଁଛାଇ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ପୁଅ ଦେବାଶିଷ ମୁଖଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଭଞ୍ଜନଗରର ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ ବିଷୋୟୀ,ଯୁବ ଆଇନଜୀବୀ କୁନା ନାୟକ, ଆଇନଜୀବୀ ଅଶୋକ ଜେନା, ଖରାଂଶୁ ଦାସ,ସମୀର ନାୟକ, ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା,କାଉନସିଲର ପ୍ରତିନିଧି ଶିବରାମ ଜେନା, ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସମ୍ପାଦକ ସୁବଳ ଭୂୟାଁଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post