ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ଜୁନ ୧ ରୁ ୯ ତାରିଖ ପର୍ଯ୍ୟନ୍ତ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା ୯ ଦିନ ବ୍ୟାପି ଗଜପତି ଜିଲ୍ଲା ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ତଥା ଭଗବାନଙ୍କ ତପଭୂମୀ ମହେନ୍ଦ୍ରଗିରି ଶିଖର ରେ ମହେନ୍ଦ୍ର ମେଳା ପୂଜ୍ୟ ସାଧୁସନ୍ଥ , ଆଚାର୍ଯ୍ୟ , ଯାଜ୍ଞିକ , ବିଦ୍ଵାନ୍ , ଭକ୍ତ ତଥା ସେବକ ମାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ମେଳା ଲାଗି ସ୍ନାନ ଓ ବିଶ୍ୱଶାନ୍ତି ନବକୁଣ୍ଡୀୟ ହରିହରାତ୍ମକ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେବ। ତତ୍ ସହିତ ଭାରତର ବିଭିନ୍ନ କ୍ଷେତ୍ରରୁ ବହୁ ସାଧୁ ସନ୍ଥ ଓ ଆଚାର୍ଯ୍ୟ ବୃନ୍ଦ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସମସ୍ତ ଭକ୍ତବୃନ୍ଦ ଏହି ମହାର୍ଘ ଯଜ୍ଞାନୁଷ୍ଠାନରେ ଯୋଗଦାନ ପୂର୍ବକ ଭଗବତ୍ କୃପାଶ୍ରୀର୍ବାଦ ଲାଭ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ବାନ ଦିଆଯାଇଛି।
ଏହି ୯ ଦିନ ବ୍ୟାପୀ ପ୍ରତିଦିନ ଘୃତଯଜ୍ଞ , ନାମଯଜ୍ଞ , ଜ୍ଞାନଯଜ୍ଞ , ଅନ୍ନଯଜ୍ଞ , ଚତୁର୍ବେଦ ଓ ଭାଗବତ , ରାମଚରିତ ମାନସ ପାରାୟଣ , ସାଧୁସନ୍ଥ ମାନଙ୍କ ଦ୍ବାରା ଜପ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ଏହି ଅବସରରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆକଳନ କରାଯାଇଛି। ସେମାନଙ୍କ ରହଣୀ , ଭୋଜନ ଆଦି ବ୍ୟବସ୍ଥା କିପରି ସୁରୁଖୁରୁରେ ହେବ ସେଥି ପ୍ରତି ଧ୍ୟାନ ଦିଆଯାଇଛି। ସେହିପରି ମହେନ୍ଦ୍ର ଅଞ୍ଚଳର ସଫେଇ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।
ଏହି ଅବସରରେ ସମସ୍ତଙ୍କୁ ନିବେଦନ କରାଯାଇଛି ଯେ ମହେନ୍ଦ୍ର ଅ଼ଞ୍ଚଳରେ ପୋଲିଥିନ ବ୍ୟବହାର ନକରିବା ପାଇଁ। ଏହି ସାମ୍ବାଦିକ ସମ୍ମିଳନୀରେ ଦେବୀ ମଠ ମହନ୍ତ ରାମାନ୍ଦ ଦାସଜୀ , ଗଞ୍ଜାମ ଚିକିଟିର ପଣ୍ଡିତ ଅଶୋକ କୁମାର ପାଢୀ , ମହନ୍ତ ଡଃ ହରିହର ଦାସଜୀ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ସିଦ୍ଧେଶ୍ବର ମିଶ୍ର , ନଳିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post