କେନ୍ଦ୍ରାପଡା:୧୦/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଗୌଡୀୟ ଜଗତର ସପ୍ତମ ଗୋସ୍ୱାମୀ ଠାକୁର ଶ୍ରୀଲ ଭକ୍ତି ବିନୋଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୈତୃକ ବାସସ୍ଥଳୀ ଡେରାବିଶ ବ୍ଲକ ଅଧୀନସ୍ଥ ଛୋଟୀ ଗ୍ରାମରେ ଶ୍ରୀ ଶ୍ରୀ ରାଧା ମାଧବ ଗୌଡୀୟ ମଠର ନବ ନିର୍ମିତ ମନ୍ଦିରର ଶୁଭ ଉଦଘାଟନ ଅବସରରେ ଦୁଇ ଦିନିଆ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ଅପରାହ୍ନରେ ଶ୍ରୀ ହରିନାମ ଓ ମଙ୍ଗଳାଧିବାସ ସଙ୍କୀର୍ତ୍ତନ ମହୋତ୍ସବ ପରେ ସନ୍ଧ୍ୟାରେ ଭାଗବତ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ରବିବାର ସକାଳ ୮ ଘଟିକାରେ ଗ୍ରାମ ପରିକ୍ରମା ପରେ ପୂର୍ବାହ୍ନରେ ଶ୍ରୀ ବିଗ୍ରହ ଗଣଙ୍କ ନବ ନିର୍ମିତ ମନ୍ଦିରରେ ପ୍ରବେଶ ଓ ଅଭିଷେକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଦୁଇ ଦିନ ଧରି ହୋମ ଯଜ୍ଞର ଆୟୋଜନ କରାଯାଇଥିଲା। ଏଥିରେ କର୍ତ୍ତା ବାବାଜୀ ପ୍ରହଲ୍ଲାଦ ଦାସ ରହିଥିବା ବେଳେ ଛୋଟୀ ଗ୍ରାମର ମୁଖ୍ୟ ନିରଞ୍ଜନ ପରିଡା, ଗ୍ରାମବାସୀ ସଞ୍ଜୀବ ସାହୁ, କେଦାର ନାଥ ଦତ୍ତଙ୍କ ସମେତ ଶତାଧିକ ଭକ୍ତ ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମଧ୍ୟାହ୍ନରେ ଭୋଗ ଆରତୀ ଓ ପ୍ରସାଦ ବିତରଣ କରାଯାଇଥିବା ବେଳେ ଅପରାହ୍ନରେ ଭାଗବତ ଧର୍ମସଭା ଅନୁଷ୍ଠିତ ହୋଇଥିଲା।ନବ ନିର୍ମିତ ମନ୍ଦିରର ଶୁଭ ଉଦଘାଟନ ଅବସରରେ ଶ୍ରୀ ଚୈତନ୍ୟ ରିସର୍ଚ୍ଚ ଆସୋସିଏସନ୍ ଖୋର୍ଦ୍ଧାର ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ପରମାର୍ଥି ମହାରାଜ, ସୁଧା ଦୈବୀ ମହାରାଜ, ଶାନ୍ତ ମହାରାଜ ଓ ଭଦ୍ରକରୁ ଶ୍ରୀ ତ୍ରିବିକ୍ରମ ମହାରାଜ ପ୍ରମୁଖ ଯୋଗ ଦେଇଥିଲେ। ପ୍ରହଲ୍ଲାଦ ଦାସ ମହାରାଜଙ୍କ ଉଦ୍ୟମରେ ଏହି ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ “ଛୋଟୀ” ଓ “ଠାକୁର ଭକ୍ତି ବିନୋଦ” ପୁସ୍ତିକାର ଉନ୍ମୋଚନ ଓ ଲୋକାର୍ପଣ ମଧ୍ୟ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post