ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତ ଅନ୍ତର୍ଗତ ଧନସରା ଗ୍ରାମ ର ମୁଖ୍ୟ ରାସ୍ତା ଓ ଲାଗିରହିଥିବା ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ନେଇ ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ର ଓ ଗ୍ରାମ ବାସି ବିଧାୟକ ଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ସେଇ ସ୍ଥାନକୁ ଯାଇ ସମୀକ୍ଷା କରିଥିଲେ ବିଧାୟକ ରୁପେସ ପାଣିଗ୍ରାହୀ।
ଅତି ଶୀଘ୍ର ଏଇ ରାସ୍ତା କାର୍ଯ୍ୟ କରାଯିବ ବୋଲି ବିଧାୟକ ଗ୍ରାମ ବାସି ଙ୍କୁ ଅବଗତ କରିଥିଲେ। ବିଭାଗୀୟ ଅଧିକାରୀ ଙ୍କୁ ଏଇ ବିଷୟନେଇ ଚିଠି କରିବେ ବୋଲି ବିଧାୟକ ଜଣାଇଛନ୍ତି। ଏଇ ରାସ୍ତା ଖରାପ ହେବାରୁ ଗ୍ରାମ ବାସି ଛାତ୍ର ଛାତ୍ରୀ , ରୋଗୀ ମାନେ ଯିବା ଆସିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.