କ୍ୟାନସର ପୀଡ଼ିତଙ୍କ ବାସ ଭବନ ରେ ବିଧାୟକ

0 2

 ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଦେଲେ ପ୍ରତିଶ୍ରୁତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପାଇକ ସାହିର ବୁଟୁ ମହାନ୍ତି ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କ୍ୟାନସର ରୋଗ ରେ ପୀଡ଼ିତ ହୋଇଥିଲେ। ସେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ , ସେଠିକାର ପ୍ରଦୂଷଣ ଯୋଗୁ ମୁଖ କର୍କଟ ରେ ଆକ୍ରାନ୍ତ ହେବାରୁ ସେଠାରୁ ଚାଲି ଆସିଥିଲେ। ତାଙ୍କ ପରିବାର ରେ ୮ ଜଣ ସଦସ୍ୟ ଥିବା ବେଳେ ସେ ଜଣେ ହିଁ ରୋଜଗାରିଆ ଥିଲେ। ବର୍ତ୍ତମାନ ତାଙ୍କ ପରିବାର ପୋଷଣ ପାଇଁ କେହି ନଥିବା ବେଳେ ନିଜ ରୋଗ ପାଇଁ ଔଷଧ କିଣିବା ପାଇଁ ବି ସମ୍ଭବ ହେଉନଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ଵର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ଖବର ମିଳିଛି। ସେ ବିଗତ ଦିନ ରେ ସବୁ ପ୍ରକାର ସୁବିଧା ସରକାର ସ୍ତର ରୁ ପାଉଥିବା ବେଳେ ବର୍ତ୍ତମାନ ସିମିତି ଅର୍ଥ ସରକାର ଦେଉଥିବାରୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଖବର ପାଇ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସ ଭବନ ରେ ପହଞ୍ଚି ତାଙ୍କ ସମସ୍ୟା ସବୁ ଦେଖିଥିଲେ। ସେ ତାଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ସେଇ ସାହି ର ଆଉଜଣେ କର୍କଟ ରୋଗୀ ର ଦାୟିତ୍ଵ ନେଇ ତାଙ୍କୁ ସମ୍ପୂର୍ଣ୍ଣ ନିରୋଗ କରିବା ପର୍ଯ୍ୟନ୍ତ ଦେଖାଶୁଣା କରିଥିଲେ ବିଧାୟକ ତାଙ୍କ ଟିମ୍। ଏଭଳି କାର୍ଯ୍ୟ କରିଥିବାରୁ ଗୁମ୍ମା ବାସି ବିଧାୟକ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଲେ।

Leave A Reply

Your email address will not be published.