ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶିଷ୍ଟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ଲିଖିତ “ପାରଳା ଲଲାମ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ” ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଏଥିରେ କିଛି ଲୋମହର୍ଷଣ କାହାଣୀ ରହିଛି ଯେଉଁଠି ବ୍ରିଟିଶ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ଦକ୍ଷିଣ ଓଡିଶାର ପ୍ରମୁଖ ଜିଲ୍ଲା ସହ ବର୍ତ୍ତମାନର ଗଜପତି ଜିଲ୍ଲାର ସଉରା , ଦୋରା ଓ ବିଶୋଇ ପ୍ରଭ୍ରୁତି ସମ୍ପ୍ରଦାୟର ଲୋକମାନେ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧ କରିଥିଲେ। ତନ୍ମଧ୍ଯରୁ ଗଜପତି ଜିଲ୍ଲାର ହନୁ ପ୍ରଧାନଙ୍କ ନାମ ଲିପିବଦ୍ଧ ହୋଇଛି। ତାହାର ସମ୍ପୂର୍ଣ୍ଣ ବିବରଣୀ ବିଭିନ୍ନ ଅକାଟ୍ଯ ପ୍ରମାଣ ସହ ସେ ଉକ୍ତ ବହିରେ ଲିପିବଦ୍ଧ କରିଛନ୍ତି। ସେ ନିଜ ବଳିଷ୍ଠ ପ୍ରମାଣରେ ଦର୍ଶାଇଛନ୍ତି ପ୍ରଥମ ସ୍ଵାଧୀନତା ସଂଗ୍ରାମ ୧୭୫୭ ପୂର୍ବରୁ ଏହି ଐତିହାସିକ ମାଟିରେ ହୋଇଥିଲା। ସ୍ୱଭାଗ୍ୟର ବିଷୟ ଏହି ବହିର କିଛି ଅଂଶ ଓଡିଶା ସରକାର ଅଷ୍ଟମ ଶ୍ରେଣୀର ଇତିହାସ ପୁସ୍ତକରେ ଲିପିବଦ୍ଧ କରିଛନ୍ତି। ତେଣୁ ଏହା କେବଳ ଗଜପତି ଜିଲ୍ଲା ନୁହେଁ ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। ତେଣୁ ପାରଳାଖେମୁଣ୍ଡିର ବିଶିଷ୍ଟ ଶିକ୍ଷାବିତ୍ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା କହିଛନ୍ତି “ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ଏହି ବିରଳ ଲେଖା ରାଜ୍ଯ ସରକାର ସ୍ୱୀକୃତି ଦେଇଥିବାରୁ ଆମେ କୃତଜ୍ଞ”। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା କହିଛନ୍ତି “ମହାପାତ୍ର ସାର୍ ଅଦ୍ୟାବଧି ନିଜ ଲେଖନୀ ଜାରୀ ରଖିଛନ୍ତି ଯାହା ଏହି ମାଟିର ଐତିହ ଓ ସଂସ୍କୃତି ପାଇଁ ଶ୍ରେଷ୍ଠ ସମ୍ମାନ ଅଟେ”। ସେହିପରି ଆଉଜଣେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢୀ ନିଜର ମନ୍ତବ୍ୟରେ କହିଛନ୍ତି ” କେତୋଟି ଲୁକ୍କାୟିତ ଘଟଣାବଳୀକୁ ଲୋକଲୋଚନରେ ଆଣିବା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ଶ୍ରେଷ୍ଠ ଅବଦାନ”। ଅନ୍ତତଃ ଏହାକୁ ବିଳମ୍ୱରେ ହେଲେ ମଧ୍ୟ ଲୋକାଭିମୁଖୀ କରିଥିବାରୁ ଏବଂ ଗବେଷକ ମହାପାତ୍ରଙ୍କର ଅବଦାନକୁ ମୂଲ୍ଯ ଦେଇଥିବାରୁ ପାରଳାବାସୀ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.