ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ।

0 2

 ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ଏହି ସଭାରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ବେଛାସେବୀଙ୍କୁ ସାର୍ ଜିନ ହେନେରୀ ଡୁନାଟ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରଥମେ ରେଡ଼କ୍ରସର ପ୍ରତିଷ୍ଠାତାଙ୍କ ଫୋଟୋ ଚିତ୍ରରେ ଅତିଥିଙ୍କ ଦ୍ୱାରା ପୁଷ୍ପ ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ମୁଖ୍ୟବକ୍ତା ରୂପେ ଡେପୁଟି କଲେକ୍ଟର ଶ୍ରୀ ଦୀପ୍ତି ରଞ୍ଜନ ସାହୁ, ଛାତ୍ରଛାତ୍ରୀଙ୍କୁ ରେଡ଼କ୍ରସର ଆଜୀବନ ସଦସ୍ୟ ହେବାପାଇଁ ଉପଦେଶ ଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଯୋଗଦାନ କରି ଆଜିର ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ବିଘ୍ନେଶ୍ୱର ପୀଡିଶିକା ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ l ଏହି ସଭାରେ ମାଲକାନାଗିରି ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଯୁବ ରେଡ଼କ୍ରସର ସ୍ବେଛାସେବୀ ଶୁଭଲକ୍ଷ୍ମୀ ସାହୁ, ସୁନେଲି ମହାରଣା, ଅମ୍ବିକା ଖରା,ସନାତନ କବାସୀ,ସୁରଜ ମଲ୍ଲିକ, ଇପ୍ସିତା ଦାସ, ଜି. ସରସ୍ବତୀ ଉପସ୍ଥିତ ରହି ମହାଆଡମ୍ବରେ ପାଳନ କରିବା ପାଇଁ ସାହାଯ୍ୟ କରିଥିଲେ l ଶପଥ ଗ୍ରହଣ ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଶହେରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତ ରହିଥିଲେ l ସଭା ଶେଷରେ ଶ୍ରୀଯୁକ୍ତ ପୀଡିଶିକା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.