ଚୋର ଖୋଲ ପାହାଡ଼ର ପଥରସନ୍ଧାରେ ଫସିଥିବା ଶିବ ଉଦ୍ଧାର ଘଟଣା

0 2

ଓଡ଼ଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ

ଓଡ଼ଗାଁ,୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ତହସିଲଦାର ଡ. ମାନସରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣାଙ୍କ ନେତୃତ୍ୱରେ ଏକ ଦଳ ଆଜି ମଧ୍ୟାହ୍ନରେ ଶିବୁ ରହୁଥିବା ଗଜେନ୍ଦ୍ର ପଲ୍ଲୀ ଗାଁ କୁ ଯାଇ ଶିବୁ ସହ ପରିବାର ଲୋକଙ୍କୁ ଭେଟିଲେ । ଚୁଡ଼ା, ଚାଉଳ, ଚିନି, ବିସ୍କୁଟ ସହିତ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପରିବାର ସଦସ୍ୟଙ୍କୁ ପ୍ରଦାନ କରିଥିଲେ । ଏବଂ ସେଠାରେ ରହୁଥିବା ୭ ଗୋଟି ପରିବାରର ୧୨ ଜଣ ନାବାଳକଙ୍କ ସହିତ ୩୦ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନ୍ମ ପ୍ରମାଣପତ୍ର, ଆଧାରକାର୍ଡ ପ୍ରସ୍ତୁତି, ସ୍ଥାୟୀ ପ୍ରମାଣପତ୍ର ଯୋଗାଇଦେବା, ନାବାଳକ ଏବଂ ବୟସ୍କ ମାନଙ୍କ ପାଠପଢ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟ ସରିବା ପରେ ସେହି ପରିବାରର ମାନଙ୍କୁ ବାସସ୍ଥାନ ନିମନ୍ତେ ସରକାରୀ ଜାଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ବାସଗୃହ ଏବଂ ରାସନକାର୍ଡ ଇତ୍ୟାଦି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏବଂ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ପବିତ୍ରା ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନାବାଳକ ରହୁଥିବା ଶିବୁର ଗାଁକୁ ଯାଇ ତାର ଭଲମନ୍ଦ ସମ୍ପର୍କରେ ପଚାରି ବୁଝିବା ସହିତ ତହସିଲ ପ୍ରଶାସନ ପକ୍ଷରୁ ଆସିଥିବା ପ୍ରାଥମିକ ସହଯୋଗ ସ୍ୱରୁପ ୨ଟି ଲେଖାଏଁ ଜରି ପାଲ ପ୍ରତ୍ୟେକ ପରିବାରକୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.