ଖାଣ୍ଡବା ଗ୍ରାମ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର , ମାର୍କେଟ କମ୍ପ୍ଲେକ୍ସ ଓ ବସ ରହଣି ଗୃହ ର ଉଦଘାଟନ କଲେ ବିଧାୟକ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର , ମାର୍କେଟ କମ୍ପ୍ଲେକ୍ସ ଓ ବସ ରହଣି ଗୃହ ର ଶୁଭ ଉଦଘାଟନ କରିଛନ୍ତି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ।
ପ୍ରଥମେ ଉଦଘାଟନୀ ଉତ୍ସବରେ ଯୋଗଦେବା ପୂର୍ବରୁ ଗାଁ ରେ ହେଉଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଗାଁ ମୁଣ୍ଡ ଠାରୁ ବିଧାୟକ ଓ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଗ୍ରାମ ବାସି , ପରେ ଉଦଘାଟନୀ ଉତ୍ସବ ରେ ଯୋଗଦେଇ ଥିଲେ। ମହିଳା ମାନଙ୍କ ପାଇଁ ହୋଇଥିବା ସୁଭଦ୍ରାଶକ୍ତି କେନ୍ଦ୍ର ରେ ଆସିଥିବା ସମସ୍ତ ମହିଳା ମାନଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଯାହାବି ଅସୁବିଧା ରହିଛି ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ।
ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏସ କଲ୍ୟାଣୀ , ଜିଲ୍ଲାପରିଷଦ ରୋକମ୍ ରାଜଲକ୍ଷ୍ମୀ , ନାଇବ ସରପଞ୍ଚ ରୋକମ ସତିଶ , ସମିତି ସଭ୍ୟ ଜଗନ୍ନାଥ ଡୋରା , ସରପଞ୍ଚ ତେଜେଶ୍ୱର୍ ରାଓ , ସ୍ଥାନୀୟ ସରପଞ୍ଚ ମାଧବୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.