ଶ୍ରୀବିଷ୍ଣୁପୁର ଅଙ୍ଗୱାଡ଼ି କେନ୍ଦ୍ର ବିଧାୟକ ଦେଖି କ୍ଷୁବ୍ଧ ହେଲେ ବିଧାୟକ

7

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବିଷ୍ଣୁପୁର ଗ୍ରାମ ରେ ଥିବା ଅଙ୍ଗୱାଡ଼ି କେନ୍ଦ୍ର ଦେଖି କ୍ଷୁବ୍ଧହେଲେ ବିଧାୟକ। ବିଗତ ତିନି ବର୍ଷ ହେବ ଏହି ଅଙ୍ଗନୱାଡି କେନ୍ଦ୍ର ଟି ଅତି ସଚନୀୟ ଭାବେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ବହୁବାର ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି କାର୍ଯ୍ୟକାରୀ ହୋଇନଥିବା , ଗତକାଲି ସେହି ଅଙ୍ଗନୱାଡି କେନ୍ଦ୍ର ନିକଟ ରେ ଥିବା ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀଗୃହ ର ଉଦଘାଟନୀ ଉତ୍ସବରେ ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିଲେ । ଏହି ଉଦଘାଟନୀ ଉତ୍ସବ ପରେ ସ୍ଥାନୀୟ ସରପଞ୍ଚ ବିଧାୟକ ଙ୍କୁ ସେଇ ଅଙ୍ଗନୱାଡି କେନ୍ଦ୍ର କୁ ନେଇ ଦେଖାଇଥିଲେ , ସେଠିକାର ପରିବେଶ ଦେଖି ବିଧାୟକ କ୍ଷୁବ୍ଧ ହୋଇଥିଲେ ଓ ସଙ୍ଗେ ସଙ୍ଗେ ସେଇ ବିଭାଗୀୟ ଅଧିକାରୀ ଙ୍କୁ ଫୋନ୍ କରି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅଙ୍ଗନୱାଡି କେନ୍ଦ୍ର ଭଗ୍ନାବଶେଷ ରେ ଥିବାବେଳେ କେଉଁ ମୂହୁର୍ତ୍ତ ରେ କାନ୍ଥ ଭୁଶୁଡ଼ି ପଡ଼ିବ କେଉଁ ନିରୀହ ଶିଶୁର ଜୀବନ ଯିବ ତାହା ସମୟ ହିଁ କହିବ। ଅଙ୍ଗନୱାଡି କେନ୍ଦ୍ର ର ପରିସର ମଧ୍ୟରେ ଜଙ୍ଗଲ ସୃଷ୍ଟି ହେଲାଭଳି ଦେଖାଯାଉଛି , ସାପ ଓ ଜନ୍ତୁ ଏହି ପରିସର ମଧ୍ୟରେ ରହୁଥିବା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର ଦିଦି ମାନେ ଜଣାଇଥିଲେ। ଏହି ପରି ଅବ୍ୟବସ୍ଥା ଭିତରେ ଥିବା ବେଳେ ଏଠି ପାଠ ପଢିବା ସମ୍ଭବ ନଥିବାରୁ ଚର୍ଚ୍ଚ ବାରଣ୍ଡା ରେ ନିରୀହ ଶିଶୁ ମାନଙ୍କୁ ପାଠ ପଢ଼ାଇବା ସହ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଚିକିତ୍ସା କରାଯାଉଛି।

Leave A Reply

Your email address will not be published.