ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜନଜାତି (ଏସ୍.ଟି.)ମୋର୍ଚ୍ଚାର ସଭାପତି ଭାବେ ବୀରଭାସ୍କର ପାଇକ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ଆର୍.ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ ରୂପେ ସୁନାମ ଅର୍ଜନ କରିଛନ୍ତି। ଜଣେ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ କର୍ମୀ ହିସାବରେ ସେ ଏହି ପଦବୀ ଲାଭ କରିଛନ୍ତି।
ସେ ଏଥିପାଇଁ ରାଜ୍ଯ ଜନଜାତି ମୋର୍ଚ୍ଚାର ସଭାପତି କାନ୍ଦ୍ରା ସୋରେନ୍ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତଥା ଗଜପତି ଜିଲ୍ଲାର ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜ ଅଞ୍ଚଳବାସୀଙ୍କ ପାଇଁ ତାଙ୍କର ସେବା ଜାରୀ ରହିବ ବୋଲି ସେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.