ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ।

0 2

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ଲାଞ୍ଜିଆ ଗ୍ରାମ ଛକରେ ଗୋଟିଏ ଅଟୋ ଜଣେ ମୋଟରସାଇକେଲ କୁ ପଛପଟୁ ଧକ୍କା ଦେବା ଫଳରେ ଚାଳକ ବିଜୟ ରଣା ରାସ୍ତା ରେ ଛିଟିକି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବିଜୟ ଦକ୍ଷିଣ ପୁର ଗ୍ରାମରୁ ନିଜ ଗାଁ ବାଳକୃଷ୍ଣ ପୁର ଗଲାବେଳେ ଏହି ଭଳି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅଟୋ ଓ ମୋଟରସାଇକେଲ ଜବତ କରିବା ସହ ଅଟୋ ଚାଳକ କୁ ଥାନା ରେ ରଖି ପଚରାଉଚରା କରୁଛନ୍ତି। ମୃତ ବିଜୟ ର ଶବ ଆଜି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.