ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ସମସ୍ତ ସେବିକାମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନିଷ୍ପତ୍ତିକୁ ସ୍ୱାଗତ

0

ନର୍ସିଂ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର,:  ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ଶହ ଶହ ସଂଖ୍ୟାରେ ସେବିକା ଓ ତାଙ୍କ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଠାରେ ଓଡ଼ିଶାର ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟ କରୁଥିବା ସମସ୍ତ ସେବିକାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଆନନ୍ଦ ଉଲ୍ଲାସ ଭିତରେ ସେବିକାମାନେ  ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ସେବିକାମାନଙ୍କର ଦରମାରେ ଥିବା ଅସଂଗତି ଦୂର କରିବା ଓ କ୍ୟାଡରରେ ଅପଗ୍ରେଡସନ୍‍ କରି ସେବିକାମାନଙ୍କୁ ପଦୋନ୍ନତି ଦେବା ପାଇଁ ଗୋଟିଏ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା କଟକ-ବାରବାଟୀ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ମହାସଚିବ ଶ୍ରୀ ସୁବାସ ସିଂହ, ସଂପାଦକ ଶ୍ରୀ ସୁରେନ୍ଦ୍ର ସ୍ୱାଇଁ, ସହ ସଂପାଦକ ଶ୍ରୀ ଶିବ ପ୍ରସାଦ ମଲ୍ଲିକ, ଶ୍ରୀ ରାଜୀବ ମହାନ୍ତି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।

ଏହି ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ଶ୍ରୀମତୀ ପ୍ରତିମା ସାମନ୍ତରାୟ, ସାଧାରଣ ସଂପାଦିକା ଶ୍ରୀମତୀ ପ୍ରଭାତି ମହାନ୍ତି, କର୍ମକର୍ତ୍ତା ସୁମତୀ ପାଇକରାୟ, ଆରତିଲତା ଖୁଣ୍ଟିଆ, ଝରଣା ଦାସ, ସୁରମା ଦାସ, ମାଳତୀ ତ୍ରିପାଠୀ, ସରଳା ଦାସ, ସେବତୀ ବେହେରା, ପ୍ରତିମା ଶତପଥୀ, ନିବେଦିତା ଦାସ, ରାଜଲକ୍ଷ୍ମୀ ରାଉତ, ଫୁଲଣା ଦେଇ, ସଂଯୁକ୍ତା ନାହାକ, ସୁଲୋଚନା ସେଠୀ, ଗୌରୀମଣି ସାହୁ, ମାଳତୀପ୍ରଭା ଦାସ, ଦୂରଦର୍ଶନୀ ସ୍ୱାଇଁ, ରୀନାବାଳା ମହାନ୍ତି, ହରପ୍ରିୟା ପାଣିଗ୍ରାହୀ, ଝଞ୍ଜାମୟୀ ମହାପାତ୍ରଙ୍କ ସହ ସମସ୍ତ ଜିଲ୍ଲାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.