ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଚନ୍ଦ୍ରଗିରି ପଞ୍ଚାୟତ ସ୍ତରରେ ଆୟୋଜିତ ସଂଜୁତା ଗାର୍ମେଣ୍ଟସ କ୍ରିକେଟ ଟୁର୍ନାମେଣ୍ଟ ସୁରୁଗୁଂଜାରେ ଧୁମଧାମରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ ଏବଂ ସମସ୍ତ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା।
ଫାଇନାଲ ମ୍ୟାଚ୍ରେ ପୂକିମସ୍କା ଓ ଚାନ୍ଦଗିରି ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମେ ବେଟିଂ କରି ପୂକିମସ୍କା ଦଳ ୧୫୯ ରନ୍ର ଟାର୍ଗେଟ ଚାନ୍ଦଗିରି ଦଳକୁ ଦେଇଥିଲେ। ତେବେ ଚାନ୍ଦଗିରି ଦଳ ସେହି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇ ୨୩ ରନ୍ରେ ପରାସ୍ତ ହୋଇଥିଲେ। ଫଳରେ ପୂକିମସ୍କା ଦଳ ୨୩ ରନ୍ରେ ବିଜୟ ହାସଲ କରି ଚ୍ୟାମ୍ପିଅନ୍ ହୋଇଥିଲେ।
ଏହି ସମଗ୍ର ଟୁର୍ନାମେଣ୍ଟର ମୁଖ୍ୟ ପ୍ରଯୋଜକ ଭାବେ ସଂଜୁତା ଗାର୍ମେଣ୍ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ସ୍ଥାନୀୟ କ୍ରିକେଟ ପ୍ରତିଭାଙ୍କୁ ଉତ୍ସାହ କରିବାରେ ସଂଜୁତା ଗାର୍ମେଣ୍ଟସଙ୍କ ଏହି ପ୍ରୟାସ ଅଞ୍ଚଳରେ ପ୍ରଶଂସାର୍ହ ହୋଇଛି।
ଖେଳକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ ଆଖିଲ ନାଏକ, ଜାଗା ନାଏକ, ଦୀପକ ନାଏକ ଓ ଅର୍ଜୁନ ମାଝୀ। ମୁଖ୍ୟ ଅତିଥି ଭାବେ ଚନ୍ଦ୍ରଗିରି ପଞ୍ଚାୟତର କଂଗ୍ରେସ ଯୁବ ନେତା ମୋନଜ କୁମାର ନାଏକଙ୍କ ସହ ରାଜେନ୍ଦ୍ର ନାଏକ ଓ ପବିତ୍ର ନାଏକ ଉପସ୍ଥିତ ଥିଲେ।
ଟୁର୍ନାମେଣ୍ଟ ପଡ଼ିଆରେ ବହୁ ସଂଖ୍ୟକ କ୍ରିକେଟ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ଯାହା ଖେଳ ପ୍ରତି ଅଞ୍ଚଳବାସୀଙ୍କ ଆଗ୍ରହକୁ ପ୍ରକାଶ କରିଥିଲା।
ସଂଜୁତା ଗାର୍ମେଣ୍ଟସ କ୍ରିକେଟ ଟୁର୍ନାମେଣ୍ଟ ଅଞ୍ଚଳରେ କ୍ରିଡା ମାହୋଲ ସୃଷ୍ଟି କରିବା ସହ ସ୍ଥାନୀୟ ଯୁବ ଖେଳାଳିଙ୍କ ପାଇଁ ଏକ ନୂଆ ମଞ୍ଚ ସୃଷ୍ଟି କରିପାରିଛି।
Sign in
Sign in
Recover your password.
A password will be e-mailed to you.