ରଙ୍ଗଣୀପାଟଣା ରାଧାକୃଷ୍ଣ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା, ୧୦୮ କଳସ ଯାତ୍ରା ୨୪ ପ୍ରହର ନାମଯଜ୍ଞ ଶୁଭାରମ୍ଭ,

0 2

ଓଡ଼ଗାଁ,୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ରାଧାକୃଷ୍ଣ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ୧୦୮ କଲସ ଯାତ୍ରା ସହିତ ୨୪ ପ୍ରହର ଅର୍ଥାତ ୭୨ ଘଣ୍ଟିଆ ନାମଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ରବିବାର ମଧ୍ୟ ରାତ୍ରିରୁ ନାମ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଂକିର୍ତନ ମଣ୍ଡଳୀ ଦ୍ବାରା ନାମ କିର୍ତ୍ତନ ଆରମ୍ଭ ହୋଇଥିଲା। ସୋମବାର ସକାଳେ ୧୦୮ ଜଣ ମହିଳା ମସ୍ତକରେ କଳସ ଧାରଣ କରି ରଙ୍ଗଣୀପାଟଣା ଗ୍ରାମ ପରିକ୍ରମା ବେଳେ ଗାଁର ପ୍ରତ୍ୟେକ ପରିବାର ଦ୍ବାରା ଦେଶର ପ୍ରଦୀପ ପ୍ରଜ୍ବଳନ କରି ସ୍ବାଗତ କରିଥିଲେ। ପରେ କଳସ ଗୁଡ଼ିକ ଯଜ୍ଞ ବେଦିରେ ସ୍ଥାପନ କରାଯାଇଥିଲା। ବୈଦିକ ବ୍ରାହ୍ମଣ ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀ, ଦୁର୍ଗା ମାଧବ ଷଡ଼ଙ୍ଗୀ, ଶାନ୍ତନୁ କୁମାର ଦାଶ, ଲଡୁ କିଶୋର ରଥ ପ୍ରମୁଖ ପ୍ରତିଷ୍ଠା କାର୍ଯ୍ୟ ପ୍ରାରମ୍ଭ କରିଥିଲେ। ମନ୍ଦିର ପରିଚାଳନା କମିଟି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ବିରେନ୍ଦ୍ର ସାହୁ, କୈଳାସ ପାତ୍ର ପ୍ରମୁଖ ସହଯୋଗ ଜାରି ରଖିଛନ୍ତି। ଆସନ୍ତା ୦୬ ତାରିଖ ଅପରାହ୍ନରେ କାର୍ଯ୍ୟକ୍ରମର ସମାପନ ଉତ୍ସବ ପାଳନ ହେବ।

Leave A Reply

Your email address will not be published.