ନିଶାମୁକ୍ତ ଓଡିଶା ପାଇଁ କଂଗ୍ରେସର “ନିଶା ମୁକ୍ତ ରଥ” ଝାରସୁଗୁଡାରେ ନଗର ପରିକ୍ରମା

0 2

ଲୋକମାନଙ୍କୁ ସଚେତନ କରିବା ସହ ଯୁବ ପିଢ଼ିକୁ ନିଶାରୁ ଦୂରେ ରଖିବାରେ ଜୋର

ଝାରସୁଗୁଡା, ୪ ମେ: ପ୍ରଦେଶ କଂଗ୍ରେସର ପ୍ରୟାସରେ ନିଶାମୁକ୍ତ ଓଡିଶା ଗଠନ ଲକ୍ଷ୍ୟରେ “ନିଶା ମୁକ୍ତ ରଥ” ରାଜ୍ୟ ସାରା ଭ୍ରମଣ କରୁଛି। ଏହି ଅଭିଯାନର ଅଂଶ ଭାବେ ଗତ ୦୩ ମେ ତାରିଖରେ ଝାରସୁଗୁଡା ଜିଲ୍ଲାରେ ରଥଟି ନଗର ପରିକ୍ରମା କରିଥିଲା।

ରଥ ଯାତ୍ରା ସମୟରେ ସହରର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା। ସମାଜକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ ମଧ୍ୟ କରାଯାଇଥିଲା।

ଏହି “ନିଶା ମୁକ୍ତ ରଥ” ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ସହ ଯୁବ ପିଢ଼ିକୁ ନିଶାରୁ ଦୂରେ ରଖିବା ପାଇଁ ପ୍ରଦେଶ କଂଗ୍ରେସ ତାଙ୍କର ପ୍ରୟାସ ଜାରି ରଖିଛି।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ସଭାପତି ଜୀବନ ସାର୍ଥକଙ୍କ ସହିତ ମନମୋହନ ଝା, ରିୟାଜ ହୁସେନ, ୱାରିଶ ଭାଇ, ମନୀଷ ବାଜପେୟୀ, ନିଖିଳ ଘୋଷ, ସଲିମ ଖାନ, ଶୈଳେଶ ଅବସ୍ତି, ସଞ୍ଜୟ ମହାପାତ୍ର, ଭାସ୍କର ପଟେଲ ଓ ଆରତ ବେନିଆ ସହିତ ଅନେକ କଂଗ୍ରେସ କର୍ମୀ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ।

Leave A Reply

Your email address will not be published.